ହାଇଦ୍ରାବାଦ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ବଡ ଅସ୍ତ୍ର ପାଲଟିଛି ସ୍ବଚ୍ଛତା । ସାମାଜିକ ଦୂରତ୍ବ ବଜାୟ ରଖିବା ସହ ସଫାସୁତୁରା ରହିବାକୁ ଦିଆଯାଉଛି ପ୍ରାଧାନ୍ୟ । ଏମିତିରେ ଘରେ ସାରା ଦେଶ ଏବେ କ୍ବାରେଣ୍ଟାଇନ ମୋଡରେ ରହିଥିବା ବେଳେ ରୋଷଇଶାଳରେ ଆରମ୍ଭ ହୁଏ ସ୍ବଚ୍ଛତା ଅଭିଯାନ । ଆଜି ଆମେ କହୁଛୁ କିଛି ଜରୁରୀ ଟିପ୍ସ, ଯାହା ନା ଯେ କେବଳ ରୋଷେଇ ଘରକୁ ସଫା ରଖିବ ବରଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିବ ।
ଏହା ନା ଯେ କେବଳ ରୋଷେଇ ଘରକୁ ସଫା ରଖିବ ବରଂ ଏହା ଖାଦ୍ୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ।
ଫଲୋ କରନ୍ତୁ ଏହି ଟିପ୍ସ ଓ ରୋଷେଇ ଘରୁ ଆରମ୍ଭ କରନ୍ତୁ ମିଶନ ସ୍ବଚ୍ଛତା:
- ରୋଷେଇ ଘରେ ପ୍ରଥମ ସ୍ବଚ୍ଛତା ଆପଣଙ୍କ ହାତରୁ ଆରମ୍ଭ ହୁଏ । ତେଣୁ ରୋଷେଇ କରିବା ପୂର୍ବରୁ କିମ୍ବା ପରିବା କାଟିବା ପୂର୍ବରୁ ହାତକୁ ପ୍ରଥମେ ଭଲ ଭାବେ ଧୋଇ ନିଅନ୍ତୁ ।
- ରୋଷେଇ ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପ୍ରତି ରଖନ୍ତୁ ବିଶେଷ ଧ୍ୟାନ । ଦୈନନ୍ଦିନ ଅଳିଆ ଆବର୍ଜନାକୁ ରୋଷେଇ ଘରୁ ବାହାର କରିବା ସହ ଡଷ୍ଟବିନକୁ ସମ୍ପୂର୍ଣ୍ଣ ଘୋଡେଇ ରଖନ୍ତୁ ନାହିଁ । ଏହା ବଳକା ଖାଦ୍ୟରେ ବ୍ୟାକ୍ଟେରିଆ ସୃଷ୍ଟି କରିବାରେ ସାହାଯ୍ୟ କରେ ।