ଓଡିଶା

odisha

By

Published : Jul 12, 2020, 1:50 AM IST

ETV Bharat / bharat

ମରିଗଲା ମାନବିକତା:କୋରୋନା ମୃତକଙ୍କୁ ଜିସିବି ଦ୍ବାରା ପୋତାଯାଉଛି

କୋରୋନା ମୃତକଙ୍କ ଶରୀରକୁ ଅମାନବୀୟ ଭାବେ ଏକ ଜିସିବି ଦ୍ବାରା ପୋତାଯାଉଛି । ଏପରି ଏକ ଭିଡିଓ ସାମ୍ନାକୁ ଆସିଲା ପରେ ନେଲ୍ଲୋର ଜିଲ୍ଲାର ଯୁଗ୍ମ ଜିଲ୍ଲାପାଳ ପ୍ରଭାକର ରେଡ୍ଡୀ ଅଧିକାରୀମାନଙ୍କୁ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।

ମରିଗଲା ମାନବିକତା:କୋରୋନା ମୃତକଙ୍କୁ ଜିସିବି ଦ୍ବାରା ପୋତାଯାଉଛି
ମରିଗଲା ମାନବିକତା:କୋରୋନା ମୃତକଙ୍କୁ ଜିସିବି ଦ୍ବାରା ପୋତାଯାଉଛି

ଅମରାବତୀ: ଦେଶରେ ବଢି ଚାଲିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ସେଥିରେ କୋରୋନା ମୃତକଙ୍କ ଶରୀରକୁ ଅମାନବୀୟ ଭାବେ ଏକ ଜିସିବି ଦ୍ବାରା ପୋତାଯାଉଛି ।

ମରିଗଲା ମାନବିକତା:କୋରୋନା ମୃତକଙ୍କୁ ଜିସିବି ଦ୍ବାରା ପୋତାଯାଉଛି

ଭିଡିଓରେ 3ଟି ମୃତ ଶରୀରକୁ ଅମାନବୀୟ ଭାବେ ପୋତାଯାଉଥିବା ଦେଖିଲେ ଆପଣଙ୍କ ମନବି ଆନ୍ଦୋଳିତ ହୋଇ ଉଠିବ । ତେବେ ଏପରି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାରେ । ଏହି ଘଟଣା ସମ୍ବନ୍ଧରେ ଏକ ପ୍ରମୁଖ ତେଲୁଗୁ ଖବରକାଗଜ ପ୍ରକାଶ କରିବା ପରେ ନେଲ୍ଲୋର ଜିଲ୍ଲାର ଯୁଗ୍ମ ଜିଲ୍ଲାପାଳ ପ୍ରଭାକର ରେଡ୍ଡୀ ଅଧିକାରୀମାନଙ୍କୁ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।

ତେବେ ଅଧିକାରୀମାନେ କହିଛନ୍ତି ଯେ, କୋରାନା ସଂକ୍ରମିତ 3 ମୃତକଙ୍କ ମୃତଶରୀରକୁ ପେନା ନଦୀ କୂଳରେ ସମସ୍ତ ଗାଇଡଲାଇନ ପାଳନ କରି ପୋତାଯାଇଥିଲା । କୋରୋନା ଭୟରେ ମୃତକଙ୍କ ପରିବାରବର୍ଗ ମୃତଦେହକୁ ନେଉ ନାହାଁନ୍ତି । ସେଥିପାଇଁ କୋରୋନା ସଂକ୍ରମିତଙ୍କ ମୃତଦେହକୁ ପୋତିବା ପାଇଁ ସରକାରୀ ସ୍ତରରେ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details