ଓଡିଶା

odisha

ETV Bharat / bharat

ବଦଳିବ 75ବର୍ଷର ଇତିହାସ, ଜାତିସଂଘ ସାଧାରଣ ପରିଷଦ ସଭାରେ ଯୋଗ ଦେବେନି ବିଶ୍ବନେତା - World leaders will not gather in UN General Assembly for the first time in 75 years

ମହାମାରୀ କୋରୋନା ପାଇଁ  ବଦଳିବ 75 ବର୍ଷର ଇତିହାସ । ପ୍ରଥମ ଥର ପାଇଁ ଜାତିସଂଘର ବୈଠକରେ ଯୋଗ ଦେବେନି ବିଶ୍ବନେତା । ଜାଣନ୍ତୁ କାହିଁକି...

କୋରୋନା ସଙ୍କଟ: 75 ବର୍ଷରେ ପ୍ରଥମ ଥର ମିଳିତ ଜାତିସଂଘ ସଭାରେ ଯୋଗ ଦେବେନି ବିଶ୍ବ ନେତା
କୋରୋନା ସଙ୍କଟ: 75 ବର୍ଷରେ ପ୍ରଥମ ଥର ମିଳିତ ଜାତିସଂଘ ସଭାରେ ଯୋଗ ଦେବେନି ବିଶ୍ବ ନେତା

By

Published : Jun 9, 2020, 10:19 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ବଦଳିବ 75 ବର୍ଷର ଇତିହାସ । ପ୍ରଥମ ଥର ପାଇଁ ଜାତିସଂଘର ବୈଠକରେ ଯୋଗ ଦେବେନି ବିଶ୍ବନେତା । ଏହି ସୂଚନା ଦେଇଛନ୍ତି ଜାତିସଂଘ ସାଧାରଣ ପରିଷଦ ସଭାପତି । 193ଟି ଦେଶର ନେତାମାନେ ଜାତିସଂଘକୁ ସମ୍ବୋଧନ କରିବେ । କିନ୍ତୁ ଏଥର ତାଙ୍କୁ ନ୍ୟୁୟର୍କ ଆସି ଜାତିସଂଘର ସାଧାରଣ ପରିଷଦ ବୈଠକରେ ଭାଗ ନେବାକୁ ପଡିବନି ବୋଲି ମିଳିତ ଜାତିସଂଘର ସାଧାରଣ ପରିଷଦର ସଭାପତି ତିଜାନି ମହମ୍ମଦ କହିଛନ୍ତି ।

ଏହି ବର୍ଷ ମିଳିତ ଜାତିସଂଘ ଏହାର 75ତମ ବର୍ଷ ପୂର୍ତ୍ତି ପାଳିବ । ସେଥିପାଇଁ ସମସ୍ତ ବିଶ୍ବ ନେତାମାନଙ୍କର ରେକର୍ଡ ହୋଇଥିବା ବାର୍ତ୍ତା ପଠାଇବାକୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ନିବେଦନ କରିଛନ୍ତି । କୋରୋନା କାଳରେ ବିଶ୍ବରେ ଦିନକୁ ଦିନ ସଂକ୍ରମିତଙ୍କ ମାମଲା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details