ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ସରକାର ବର୍ତ୍ତମାନ ଘରକୁ ଘର ବୁଲି କୋରୋନା ରୋଗୀଙ୍କୁ ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଅଭିଯାନ ଜୁଲାଇରୁ ଆରମ୍ଭ ହେବ । ସର୍ବପ୍ରଥମେ, ମେରଠ ମଣ୍ଡଳ ଜିଲ୍ଲାର ଡାକ୍ତରୀ ଦଳ ଲୋକଙ୍କ ଘରେ ପହଞ୍ଚି କୋରୋନା ଲକ୍ଷଣର ଥିବା ଲୋକଙ୍କୁ ଚିହ୍ନଟ କରିବେ ।
କୋରୋନା ମୁକାବିଲା: ଜୁଲାଇ ପହିଲାରୁ ୟୁପିରେ ଡୋର ଟୁ ଡୋର ସ୍କ୍ରିନିଂ - ଜୁଲାଇ ପହିଲାରୁ ୟୁପିରେ ଡୋର ଟୁ ଡୋର ସ୍କ୍ରିନିଂ
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ସରକାର ବର୍ତ୍ତମାନ ଘରକୁ ଘର ବୁଲି ଆକ୍ରାନ୍ତ ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଅଭିଯାନ ଜୁଲାଇରୁ ଆରମ୍ଭ ହେବ ବୋଲି ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...
ମେରଠ ଡିଭିଜନ ପରେ ଏହା ରାଜ୍ୟର 17ଟି ମଣ୍ଡଳରେ ଆରମ୍ଭ ହେବ । ଏହି ଅଭିଯାନ ଅଧୀନରେ ପରିବାରର ସମସ୍ତଙ୍କୁ ସର୍ଭେ କରାଯିବ ଏବଂ କୋରୋନାର ଲକ୍ଷଣଗୁଡିକ ସ୍କ୍ରିନ କରାଯିବ । ଏନେଇ ରବିବାର ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ସୂଚନା ଦେଇଛନ୍ତି। ଅମିତ ମୋହନ କହିଛନ୍ତି ଯେ, ରାଜ୍ୟରେ କୋରୋନା ରୋଗୀଙ୍କ ସୁସ୍ଥ ହାର କ୍ରମାଗତ ଭାବେ ବଢି ଚାଲିଛି। ବର୍ତ୍ତମାନ 66.86 ପ୍ରତିଶତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ପୁଲ୍ ଟେଷ୍ଟିଙ୍ଗ ମଧ୍ୟ ଜୋରସୋରରେ ଚାଲିଛି। ଗ୍ରାମାଞ୍ଚଳରୁ କୋରୋନାକୁ ରକ୍ଷା କରିବା ପାଇଁ ଆଶା କର୍ମଚାରୀଙ୍କ ସହାୟତା ନିଆଯାଉଛି ।
ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣର 606ଟି ନୂଆ ମାମଲା ଚିହ୍ନଟ ହୋଇଛି। ରବିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ 6,689ଟି ସକ୍ରିୟ କୋରୋନା ମାମଲା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ, 14,808 କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି ଏବଂ 660 ଜଣଙ୍କର ସଂକ୍ରମଣରେ ମୃତ୍ୟୁ ହୋଇଛି।