ଜୟପୁର: ମହାରାଷ୍ଟ୍ର, ଦିଲ୍ଲୀ ପରେ ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ମୁହାଁ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ 897ଟି ପଜିଟିଭ ମାମଲା ସାମନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଜୟପୁରରେ ସର୍ବାଧିକ ଆକ୍ରାନ୍ତ ଥିବା ଜଣାପଡିଛି ।
ସୋମବାର ରାଜସ୍ଥାନରେ 43ଟି ନୂଆ ମାମଲା ବାହାରିଛି । ଏଥିରୁ ଯୋଧପୁରରେ ସର୍ବାଧିକ 31 ଲୋକ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହାପରେ ଜୟପୁରରେ 29 ଓ ଭାରତପୁରରେ 11 ପଜିଟିଭ ଥିବା ରିପୋର୍ଟ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 897 ଛୁଇଁଛି । ଏଥିରୁ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ।