ଓଡିଶା

odisha

ETV Bharat / bharat

କୋରୋନାକୁ ପ୍ରତିରୋଧ କରିପାରିବ ମଣିଷ ଚର୍ମ ! - କୋରୋନା ଭୂତାଣୁ

ଭୂତାଣୁକୁ ସଂକ୍ରମଣ ପାଇଁ ଶରୀରରେ ଏକ ଲାଇଭ କୋଷ ଦରକାର । ତେବେ ଏହାକୁ ମଣିଷର ଚର୍ମ ମଧ୍ୟ ମୁକାବିଲା କରି ପ୍ରବେଶରୁ ରକ୍ଷା କରିପାରିବ । ଅଧିକ ପଢନ୍ତୁ...

କୋରୋନାକୁ ପ୍ରତିରୋଧ କରିପାରିବ ମଣିଷର ଚର୍ମ !
କୋରୋନାକୁ ପ୍ରତିରୋଧ କରିପାରିବ ମଣିଷର ଚର୍ମ !

By

Published : May 25, 2020, 7:34 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ମଣିଷ ଶରୀରରେ ହାତ, ପାଟି, ନାକ ଦେଇ ସଂକ୍ରମିତ ହୋଇଥାଏ । ଏଥିପାଇଁ ମାସ୍କ ଓ ସାନିଟାଇଜରର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ଫଳରେ ଏହି ଭୂତାଣୁକୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ ।

ହେଲେ ନିକଟରେ ଏକ ରିସର୍ଚ୍ଚରୁ କିଛି ଅଲଗା ତଥ୍ୟ ଆସିଛି । ଏହା ଅନୁସାରେ କୋରୋନାକୁ ସଂକ୍ରମଣରୁ ରୋକିବା ପାଇଁ ମଣିଷ ଦେହର ଚର୍ମ ଯଥେଷ୍ଟ । ଅର୍ଥାତ ଯଦି କୋରୋନା ଭୂତାଣୁ ଆମ ଶରୀରର ଚର୍ମରେ ରହିଥାଏ ତେହେ ଏହା ହୁଏତ ମରିଯାଏ ଅଥବା ବଢିପାରେ ନାହିଁ । ଫଳରେ ଏହା ସଂକ୍ରମଣ ହୁଏ ନାହିଁ । ମଣିଷର ଚର୍ମରେ ଏହା କେବେ ହେଲେ ବୃଦ୍ଧି ପାଏ ନାହିଁ । ଭୂତାଣୁକୁ ମଣିଷର ଚର୍ମ ସଠିକ୍ ଭାବେ ପ୍ରତିରୋଧ କରିପାରେ ବୋଲି ରିସର୍ଚ୍ଚରମାନେ କହିଛନ୍ତି ।

ଭୂତାଣୁକୁ ସଂକ୍ରମଣ ପାଇଁ ଶରୀରରେ ଏକ ଲାଇଭ କୋଷ ଦରକାର । ତେବେ ଏହାକୁ ମଣିଷର ଚର୍ମ ମଧ୍ୟ ମୁକାବିଲା କରି ପ୍ରବେଶରୁ ରକ୍ଷା କରିପାରିବ । ହେଲେ ନାକ, ପାଟି, ହାତ ଦ୍ବାରା ଏହା ପ୍ରବେଶ କଲେ ଅଟକାଇବା ମୁସ୍କିଲ ହୋଇଯିବ । ମଣିଷର ଶରୀରର ରକ୍ତ ସହ ମିଶିଗଲେ ଏହା ଅଧିକ ସଂକ୍ରମଣ ହୋଇଥାଏ । ସେଥିପାଇଁ ଆଣ୍ଟିବଡି ମଧ୍ୟ କେବଳ ସଂକ୍ରମିତ ଶରୀରରେ ହିଁ ସୃଷ୍ଟି ହୋଇଥାଏ । ତେଣୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ କେବଳ ସତର୍କ ରହିବାକୁ ପଡିବ । ଏହାସହ ସବୁ ପ୍ରକାର ସଚେତନତା ଆପଣାଇବାକୁ ହେବ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପଡିବ ।

ABOUT THE AUTHOR

...view details