ଅଗରତାଲା: ତ୍ରିପୁରାରେ ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହେବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ତ୍ରିପୁରାରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ - ବର୍ଷା
ତ୍ରିପୁରାରେ ପ୍ରବଳ ବର୍ଷା ଓ ଝଡତୋଫାନ । ଝଡତୋଫାନ ଯୋଗୁଁ ବାସହରା ହୋଇ ପଡିଥିବା 700ରୁ ଉର୍ଦ୍ଦ୍ବ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର 22ଟି ଟିମକୁ ନିୟୋଜିତ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଝଡତୋଫାନ ଯୋଗୁଁ ବାସହରା ହୋଇ ପଡିଥିବା 700ରୁ ଉର୍ଦ୍ଦ୍ବ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ରାଜ୍ୟର ଉତ୍ତର ତ୍ରିପୁରା, ଉନାକୋଟି ଓ ଧଲାଇ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ବେଳେ କୌଣସି ମୃତାହତର ଖବର ମିଳି ନଥିବା ଜରୁରୀକାଳୀନ ଅଥରିଟିର ମୁଖ୍ୟ ଶରତ ଦାସ ସୂଚନା ଦେଇଛିନ୍ତି ।
ପ୍ରବଳ ବର୍ଷାରେ 1039 ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ଜରୁରୀକାଳିନ କେନ୍ଦ୍ରର ଏକ ରିପୋର୍ଟରେ କୁହାଯାଇଛି । ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫର 22ଟି ଟିମକୁ ନିୟୋଜିତ କରାଯାଇଛି ।
Last Updated : May 26, 2019, 1:09 PM IST