ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ ନେତାଙ୍କ ଏକ ଦଳକୁ ଗିରଫ କରିଛି ପୋଲିସ । ସେମାନେ ସୋମବାର ରାଜ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ବେଙ୍ଗାଲୁରୁ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି ।
ରାଜସ୍ଥାନର ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ବିଜେପିର 'ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବିରୋଧୀ ପଦକ୍ଷେପ' ବିରୋଧରେ ସୋମବାର ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲା । ଏହି କ୍ରମରେ କର୍ଣ୍ଣାଟକର ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ଏହି ସମୟରେ ସେମାନେ ରାଜଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସତ୍ବେ ବିଫଳ ହୋଇଥିଲା । ଫଳରେ ପୋଲିସ ସେମାନଙ୍କୁ ବାଧ୍ୟ ହୋଇ ଗିରଫ କରିଥିଲା ।