ଲକ୍ଷ୍ନୌ: ତବଲିଗୀ ଜମାତରେ ଯୋଗ ଦେଇ କୋରୋନା ଆକ୍ରାନ୍ତ ହେଇଥିବା ରୋଗୀଙ୍କ ଚିକିତ୍ସା ଚାଲିଛି । ମାତ୍ର ଚିକିତ୍ସା ସମୟରେ ସେମାନଙ୍କ ଅଶ୍ଲୀଳ ବ୍ୟବହାର ହସ୍ପିଟାଲ କର୍ମଚାରୀଙ୍କ ଚିନ୍ତାର ବିଷୟ ଥିଲା । ବର୍ତ୍ତମାନ ଗାଜିଆବାଦ ପ୍ରଶାସନ କ୍ବାରେନଟାଇନ ଓ ଆଇସୋଲେସନ ସେଣ୍ଟର ବାହାରେ ପୋଲିସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ।
ଅଶ୍ଳୀଳ ଆଚରଣ, ଅସହଯୋଗ ଏବଂ ଅନ୍ୟାନ୍ୟ ଅଭିଯୋଗ ହେବା ପରେ ପୋଲିସ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଗାଜିଆବାଦ ଏସଏସପି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଏହି ଅଭିଯୋଗ କରାଯାଇଥିଲା ।