ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ପାନଭେଲରେ ବିଜେପିର କାଉନସିଲର ତଥା ଅନ୍ୟ 10 ଜଣଙ୍କୁ ଜନ୍ମଦିନ ଭୋଜି ପାଳନ କରିବା ନେଇ ଗିରଫ କରିଛି ପୋଲିସ । ପୋଲିସର ସୂଚନାନୁସାରେ, ଏହି ଘଟଣା ଶୁକ୍ରବାର ରାତିରେ ଘଟିଛି। ତେବେ ପରେ ସମସ୍ତଙ୍କୁ ଜାମିନରେ ମୁକ୍ତ କରାଯାଇଛି ।
ଲକ୍ ଡାଉନ୍: ଜନ୍ମଦିନ ପାଳି କାଉନସିଲର ସମେତ 11 ଗିରଫ - lockdown
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ପାନଭେଲରେ ବିଜେପିର କାଉନସିଲର ତଥା ଅନ୍ୟ 10 ଜଣଙ୍କୁ ଜନ୍ମଦିନ ଭୋଜି ପାଳନ କରିବା ନେଇ ଗିରଫ କରିଛି ପୋଲିସ ।
ପୋଲିସ କହିବାନୁସାରେ, ପାନଭେଲ ମ୍ୟୁନିସିପାଲ କର୍ପୋରେସନର ବିଜେପି କାଉନସିଲର ଅଜୟ ବାହିରା (42) ଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ସମସ୍ତେ ଟକ୍କା ଗାଁର ଏକ ଆବାସିକ କୋଠାର ଛାତ ଉପରେ ଏକାଠି ହୋଇଥିଲେ। ପାନଭେଲ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଅଧିକାରୀ ଅଜୟ କୁମାର କହିଛନ୍ତି, ‘କାଉନସିଲରଙ୍କ ଜନ୍ମଦିନ ପାଳନ କରିବା ପାଇଁ କିଛି ଲୋକ ଏକ ବଙ୍ଗଳାର ଛାତରେ ଏକାଠି ହୋଇଥିବା ସୂଚନା ମିଳିଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଚାଲିଥିଲା ଏବଂ କାଉନସିଲରଙ୍କ ସମେତ 11 ଜଣଙ୍କୁ ଗିରଫ କରାଯାଇଥିଲା’ ।
ପାର୍ଟିରେ ମଦ୍ୟପାନ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ସେମାନେ ମାସ୍କ ମଧ୍ୟ ପିନ୍ଧି ନଥିଲେ ଏବଂ ସାମାଜିକ ଦୂରତାର ନିୟମ ମଧ୍ୟ ଉଲ୍ଲଂଘନ କରୁଥିଲେ। ଜଣେ ସଚେତନ ନାଗରିକ ନାଭି ମୁମ୍ବାଇର କଣ୍ଟ୍ରୋଲ ରୁମକୁ ସୂଚନା ଦେବା ପରେ ପାନଭେଲ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିଥିଲା।ଗିରଫ ପରେ ସମସ୍ତଙ୍କୁ ଜାମିନ ଦିଆଯାଇଥିଲେ ମଧ୍ୟ ବିଭିନ୍ନ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।