ଓଡିଶା

odisha

ETV Bharat / bharat

ଲକଡାଉନ ଭାରତ: 20ଘଣ୍ଟା ଚାଲି ଡ୍ୟୁଟିରେ ଯୋଗଦେଲେ କନେଷ୍ଟବଳ

ମଧ୍ୟପ୍ରଦେଶର ପୋଲିସ୍ କନଷ୍ଟେବଳଙ୍କ ପ୍ରେରଣାଦାୟୀ କାହାଣୀ । ଦେଶବ୍ୟାପୀ କୋରୋନା ଭାଇରସ୍ ଲକଡାଉନ ଭିତରେ ସେ ଡ୍ୟୁଟିରେ ଯୋଗଦେବା ପାଇଁ ବିନା ଖାଦ୍ୟରେ ପ୍ରାୟ 20 ଘଣ୍ଟା ଚାଲି ଡ୍ୟୁଟିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 30, 2020, 7:32 PM IST

ଭୋପାଳ: କୋରାନା ଭୟ ଆଗରେ ଭୁଲିନାହାଁନ୍ତି କର୍ତ୍ତବ୍ୟ । ଖାକି ବର୍ଦ୍ଦିଧାରୀ ସେବା ମନୋଭାବର ବଳିଷ୍ଠ ଉଦାହରଣ । ତାଙ୍କ କର୍ତ୍ତବ୍ୟପରାଣତା ଆଗରେ ହାର ମାନିଛି ପ୍ରତିକୂଳ ପରିସ୍ଥିତି । ଏହେଉଛି ଜଣେ ମଧ୍ୟପ୍ରଦେଶର ପୋଲିସ୍ କନଷ୍ଟେବଳଙ୍କ ପ୍ରେରଣାଦାୟୀ କାହାଣୀ । ଦେଶବ୍ୟାପୀ କୋରୋନା ଭାଇରସ୍ ଲକଡାଉନ ଭିତରେ ସେ ଡ୍ୟୁଟିରେ ଯୋଗଦେବା ପାଇଁ ବିନାଖାଦ୍ୟରେ ପ୍ରାୟ 20 ଘଣ୍ଟା ଚାଲି ଡ୍ୟୁଟିରେ ଯୋଗ ଦେଇଛନ୍ତି ।

ଏ ହେଉଛନ୍ତି 22 ବର୍ଷିୟ କନଷ୍ଟେବଳ ଦିଗବିଜୟ ଶର୍ମା । ସିନିୟର ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ । ନିଜ ସହର ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶକୁ 450 କିଲୋମିଟର ଯାତ୍ରା କରି ଡ୍ୟୁଟିରେ ଯୋଗ ଦେଇଛନ୍ତି ।

ଏମିତି ଥିଲା ତାଙ୍କ କାହାଣୀ । ଦେଶରେ ଲକଡାଉନ ଘୋଷଣା ହୋଇଯାଇଥିଲା । ଏହାସହେ ସେ ପାଚୋର ପୋଲିସ୍ ଷ୍ଟେସନ୍ ଇନ୍ସପେକ୍ଟରଙ୍କ ସହ ଯୋଗାଯୋଗ କରିଥିଲେ । ଏହାସହ ଦେଶରେ ଏଭଳି ପରିସ୍ଥିତିରେ ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଥିଲେ । ମାତ୍ର କୌଣସି ପରିବହନ ସୁବିଧା ଉପଲବ୍ଧ ନ ଥିବାରୁ ଅଫିସ ପକ୍ଷରୁ ତାଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ମାତ୍ର ପରେ ସେ ଡ୍ୟୁଟିରେ ଯୋଗ ଦେବା ପାଇଁ ପଦଯାତ୍ରାକୁ ଆପଣାଇଥିଲେ ।

ସେ କହିଛନ୍ତି, ମାର୍ଚ୍ଚ 25 ତାରିଖ ଦିନ ଏଟାୱା ଠାରୁ ପାଦରେ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରା ସମୟରେ ମୁଁ ପ୍ରାୟ 20 ଘଣ୍ଟା ଚାଲିଥିଲେ ବୋଲି ସେ କହିଛନ୍ତି । ପରେ ମୋଟର ସାଇକେଲରେ ଲୋକଙ୍କଠାରୁ ଲିଫ୍ଟ ନେଇ ଶନିବାର ରାତିରେ ରାଜଗଡରେ ପହଞ୍ଚିଥିଲେ । ଏହାପରେ ସେ ସବିଶେଷ କଥା ତାଙ୍କ ବସକୁ କହିଥିବା କହିଛନ୍ତି ।

କନେଷ୍ଟବଳ ଦିଗବିଜୟ ଶର୍ମା କହିଛନ୍ତି ଯେ ଯାତ୍ରା ସମୟରେ ତାଙ୍କର କିଛି ଦିନ ପର୍ଯ୍ୟନ୍ତ କିଛି ଖାଇବାକୁ ନଥିଲା, ଯେପର୍ଯ୍ୟନ୍ତ କିଛି ସାମାଜିକ ସଂଗଠନ ତାଙ୍କୁ ଖାଦ୍ୟ ଯୋଗାଇ ନଥିଲେ।ସୂଚନା ଯୋଗ୍ୟ ଯେ, ବର୍ଷ 2018 ଜୁନ ପହିଲାରେ ରେ ସେ ମଧ୍ୟପ୍ରଦେଶ ପୋଲିସ ଫୋର୍ସରେ ଯୋଗ ଦେଇଥିଲେ ।

ABOUT THE AUTHOR

...view details