ଓଡିଶା

odisha

ETV Bharat / bharat

ଏକାଧିକ କୋଭିଡ-19 ଟିକା ଯାଞ୍ଚ ପାଇଁ ସମନ୍ୱିତ ରଣନୀତି ଜରୁରୀ - COVID-19 vaccine

କୋଭିଡ-19 ରୋକିବା ପାଇଁ କ୍ଲିନିକାଲ୍ ପରୀକ୍ଷଣ, ସ୍କେଲ୍ ଅପ୍ ଓ ଟିକା ବିତରଣ ପାଇଁ ଏକ ସନ୍ତୁଳିତ ଓ ସହଯୋଗୀ ଆଭିମୁଖ୍ୟ ଅତ୍ୟନ୍ତ ଜରୁରୀ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି ।

COVID-19 vaccine
କୋଭିଡ-19 ଟିକା

By

Published : May 13, 2020, 4:46 PM IST

ହାଇଦ୍ରାବାଦ: କୋଭିଡ-19 ରୋକିବା ପାଇଁ କ୍ଲିନିକାଲ୍ ପରୀକ୍ଷଣ, ସ୍କେଲ୍ ଅପ୍ ଓ ଟିକା ବିତରଣ ପାଇଁ ଏକ ସନ୍ତୁଳିତ ଓ ସହଯୋଗୀ ଆଭିମୁଖ୍ୟ ଅତ୍ୟନ୍ତ ଜରୁରୀ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । କୋଭିଡ-19 ମହାମାରୀ ଜାରି ରହିଥିବାବେଳେ ସରକାର, ଶିଳ୍ପ ଓ ଏକାଡେମୀ ବିଭିନ୍ନ ଟିକା ବାହାର କରିବାକୁ ଚେଷ୍ଟା କରିଛନ୍ତି । କୋଭିଡ-19 ସୃଷ୍ଟି କରୁଥିବା ଭାଇରସ SARS-CoV-2 ରୁ ବିଶ୍ବକୁ ସଫଳତାର ସହ ରକ୍ଷା କରିବା ପାଇଁ ଏକରୁ ଅଧିକ ପ୍ରଭାବଶାଳୀ ଟିକା ପଦ୍ଧତି ଆବଶ୍ୟକ ହେବ । ଅନୁସନ୍ଧାନ ଓ ବିକାଶ ପାଇଁ ବୈଜ୍ଞାନିକ ଏକ ରଣନୈତିକ ଆଭିମୁଖ୍ୟ ବର୍ଣ୍ଣନା କରିଛନ୍ତି ଯାହା ସମାନ୍ତରାଳ ଭାବରେ ଏକାଧିକ ଟିକା ପାଇଁ ଅତ୍ୟାବଶ୍ୟକ ତଥ୍ୟ ସୃଷ୍ଟି କରିପାରିବ ।

ବୈଜ୍ଞାନିକଙ୍କ ଏହି ବିଶ୍ଲେଷଣ ଟିକା ବିକାଶ ସହ ଏହାର ବିଶେଷତା ଓ ଗୁଣର ମାନକୁ ଗୁରୁତ୍ବ ଦେଇଛି । ସମଗ୍ର ସମୁଦାୟକୁ ରୋଗ ଓ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଟିକାର ଗୁଣାବତ୍ତା ପରୀକ୍ଷା କରିବାର ଆବଶ୍ୟକତା ରହିଛି । ଏହାସହ ସୁରକ୍ଷିତ ଓ ପ୍ରଭାବୀ ଟିକା ପାଇଁ ବିଭିନ୍ନ ଟିକାକୁ ଯାଞ୍ଚ କରାଯାଉଛି ଯାହା କୋଭିଡ-19 କାରଣରୁ ସୃଷ୍ଟି ହେଉଥିବା ଶ୍ବାସ ସମସ୍ୟାର ସହାୟକ ହେବ ।

ଏକ ସ୍ଥାୟୀ ପ୍ରତିରକ୍ଷା ପ୍ରତିରୋଧକ ଗଠନ କ’ଣ ସେ ନେଇ ଗବେଷକମାନେ ଅଧିକ ଜାଣିବା ଆବଶ୍ୟକ । ଟୀକାକରଣ ଫଳପ୍ରଦତା ପରୀକ୍ଷଣ ପାଇଁ ସେମାନେ ସମୀକ୍ଷା କରିଥିଲେ । ଏହାସହ କୋଭିଡ-19 ଟିକା ଲାଇସେନ୍ସ ଓ ବିତରଣକୁ ମଧ୍ୟ ତ୍ବରାନ୍ବିତ କରିଥିଲେ । ଏକାଧିକ କ୍ଲିନିକାଲ ଟ୍ରାଏଲ୍ ଡିଜାଇନ୍, କ୍ଲିନିକାଲ୍ ଏଣ୍ଡପଏଣ୍ଟ, ଷ୍ଟାଣ୍ଡାର୍ଡ ଇମ୍ୟୁନ ଆସେସ୍, ସାଧାରଣ ଡାଟା ସୁରକ୍ଷା ଓ ମନିଟରିଂ ବୋର୍ଡ ବ୍ୟବହାର କରି ଏକାଧିକ ଟିକା ଉତ୍ପାଦର କ୍ଲିନିକାଲ୍ ପରୀକ୍ଷଣକୁ ସୁସଂଗଠିତ କରିବାକୁ ନିର୍ଦ୍ଦିଷ୍ଟ ପନ୍ଥା ପ୍ରସ୍ତାବ ଦେଇଛନ୍ତି ବୈଜ୍ଞାନିକ ।

ଟୀକାକରଣ ମାଧ୍ୟମରେ ସମଗ୍ର ବିଶ୍ବ ସମ୍ପ୍ରଦାୟକୁ କୋଭିଡ-19 ରୁ ରକ୍ଷା କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଉତ୍ପାଦନ କ୍ଷମତା ଆବଶ୍ୟକ ହେବ ବୋଲି କୁହାଯାଇଛି । ଆବଶ୍ୟକୀୟ ଜୈବ ଉତ୍ପାଦନ ଭିତ୍ତିଭୂମି ପାଇଁ ଅର୍ଥ ପ୍ରଦାନ କରିବା, ମୂଲ୍ୟ, ବଣ୍ଟନ ପ୍ରଣାଳୀ ଏବଂ ଶୀତଳ ଶୃଙ୍ଖଳା ସହ ଟିକା ପ୍ରଦାନରେ ସମ୍ଭାବ୍ୟ ପ୍ରତିବନ୍ଧକକୁ ବୈଜ୍ଞାନିକମାନେ ଗୁରୁତ୍ବାରୋପ କରିଛନ୍ତି। କୋଭିଡ-19 ଟିକା ବିକାଶକୁ ପ୍ରଭାବଶାଳୀ ଭାବରେ ତ୍ବରାନ୍ବିତ କରିବା ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ର ମଧ୍ୟରେ ରଣନୈତିକ ସହଯୋଗ ଏକାନ୍ତ ଆବଶ୍ୟକ ।

ABOUT THE AUTHOR

...view details