ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ନିଜ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଆବେଦନ କରିଛି । ବିନୟ ନିଜ ଓକିଲ ଏପି ସିଂଙ୍କ ଜରିଆରେ ଏହି ଆବେଦନ କରିଛି ।
ବିନୟର ଓକିଲ ଏପି ସିଂ ସିଆରପିସି ଧାରା 432 ଓ 433 ଅଧୀନରେ ଏକ ପିଟିସନ ଦାଖଲ କରିଛନ୍ତି । ଏଥିରେ ନିଜ ମହକିଲର ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ସେ ନିବେଦନ କରିଛନ୍ତି ।