ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଏଥର ଆଧାରକାର୍ଡ ବିନା ମିଳି ପାରିବ ସିମକାର୍ଡ । ସରକାର ବିନା ଆଧାରକାର୍ଡର ଡିଜିଟାଲ କେୱାଇସି ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏହା ଦ୍ୱାରା ନୂଆ ସିମ୍ ଭେରିଫିକେସନ କରି ଆପଣଙ୍କ ନମ୍ବରକୁ 2 ଘଣ୍ଟା ମଧ୍ୟରେ ଉପଲବ୍ଧ ହୋଇଯିବ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୂରସଞ୍ଚାର କମ୍ପାନୀ ନୂଆ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ମେ ପହିଲାରୁ ଲାଗୁ ହେବାକୁ ଯାଉଛି ।
ଆଧାର ବିନା କିଣି ପାରିବେ ସିମକାର୍ଡ - ସିମକାର୍ଡ
ଆଧାରକାର୍ଡ ବିନା କିଣି ପାରିବେ ସିମ କାର୍ଡ । ଆସନ୍ତା ମେ’ ପହିଲାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ।
ବର୍ତ୍ତମାନ ଏହି ନୂଆ ନିୟମର ପରୀକ୍ଷଣ ଜାରି ରହିଛି । ନୂଆ ଗାଇଡ୍ ଅନୁଯାୟୀ, ଗ୍ରାହକଙ୍କୁ ପ୍ରଥମେ ଆପ୍ ଜରିଆରେ ଡିଜିଟାଲ ଭେରିଫିକେସନ କରିବାକୁ ପଡିବ । କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନରେ କରିବାକୁ ପଡିବ । ଏନେଇ ଦୂରସଞ୍ଚାର ବିଭାଗ ପକ୍ଷରୁ କୁହାଯାଇଛି, ଗୋଟିଏ ଦିନରେ ଗୋଟିଏ ଆଇଡି ଦୁଇଟି ସିମ୍ ଜାରି କରାଯିବ । ଗୋଟିଏ ଆଇଡି ରୁ ମୋଟ୍ 9ଟି ସିମ୍ ମିଳି ପାରିବ । ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଗ୍ରାହକଙ୍କୁ ଫାଇଦା ହେବ । ରାଜ୍ୟ ବାହାରେ ରହୁଥିବା ଗ୍ରାହକଙ୍କ ପାଇଁ ଓଟିପି ରେଫରେନ୍ସ ନମ୍ବରରେ ଦିଆଯିବ ବୋଲି ଦୂରସଞ୍ଚାର ବିଭାଗ କହିଛି।