ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବମାନନା ଯାଚିକା ଦାଖଲ ହୋଇଛି। ଜେଏନୟୁ ହିଂସାରେ ଅଦାଲତ ନିର୍ଦ୍ଦେଶର ଅବମାନନା ହୋଇଥିବାର ଅଭିଯୋଗ ହୋଇଛି । ତହସୀନ ପୁନାବାଲା ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଯାଚିକା ଦାଖଲ କରାଯାଇଛି ।
ତହସୀନ ପୁନୱାଲାଙ୍କ କହିବା ଅନୁସାରେ, 17 ଜୁଲାଇ 2018ରେ ସରକାର ଓ ପୋଲିସ ଅଧିକାରୀଙ୍କୁ ଭିଡ ହିଂସା ରୋକିବା ପାଇଁ କିଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା ଦିଆଯାଇଛି। ଏହି ଆଇନ ଅନ୍ତର୍ଗତ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ଦଳ ଆଇନକୁ ହାତକୁ ନେଇ ପାରିବେ ନାହିଁ। ଅନ୍ୟମାନଙ୍କୁ ଦୋଷୀ ଭାବେ ବ୍ୟବହାର କରାଯିବ ନାହିଁ।