ଓଡିଶା

odisha

By

Published : Sep 1, 2019, 11:29 PM IST

ETV Bharat / bharat

ସୋମବାର ଠୁ କୂଳଭୁଷଣଙ୍କୁ ଭେଟି ପାରିବେ ଭାରତୀୟ କୁଟନୀତିଜ୍ଞ

ଭାରତର ପୂର୍ବତନ ନୌସେନା କମାଣ୍ଡର କୁଳଭୂଷଣ ଯାଦବଙ୍କୁ ସୋମବାର ଠୁ ଭେଟି ପାରିବେ ଭାରତୀୟ କୁଟନୀତିଜ୍ଞ । ଭିଏନା ଚୁକ୍ତି ଅନୁସାରେ ତାଙ୍କୁ ଏହି ଅନୁମତି ମିଳିଥିବା ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈସଲ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ଭାରତର ପୂର୍ବତନ ନୌସେନା କମାଣ୍ଡର କୁଳଭୂଷଣ ଯାଦବଙ୍କୁ ସୋମବାର ଠୁ ଭେଟି ପାରିବେ ଭାରତୀୟ କୁଟନୀତିଜ୍ଞ । ଭିଏନା ଚୁକ୍ତି ଅନୁସାରେ ତାଙ୍କୁ ଏହି ଅନୁମତି ମିଳିଥିବା ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈସଲ ସୂଚନା ଦେଇଛନ୍ତି । ସେପଟେ ବିନା କୌଣସି ସର୍ତ୍ତରେ ଏହି ସୁବିଧା ଯୋଗାଇବାକୁ ଭାରତ କହିଛି ।

ଏହା ପୂର୍ବରୁ କୁଳଭୂଷଣ ଯାଦବଙ୍କ ସହ ଭାରତୀୟ କୁଟନୀତିଜ୍ଞ ଯୋଗାଯୋଗ କରିବା ପାଇଁ ପାକିସ୍ତାନ ସର୍ତ୍ତମୂଳକ ଅନୁମତି ଦେଇଥିଲା । ଭାରତୀୟ ଅଧିକାରୀ କୁଳଭୂଷଣଙ୍କ ସହ କଥା ହେବା ବେଳେ ସେଠାରେ ସିସିଟିଭି ଲାଗିବ ଏବଂ ଭାରତୀୟ ପ୍ରତିନିଧିଙ୍କ ପାଖରେ ପାକିସ୍ତାନୀ ଅଧିକାରୀ ମଧ୍ୟ ରହିବେ ବୋଲି ପାକିସ୍ତାନ ସର୍ତ୍ତ ରଖିଥିଲା । ଏଥିସହ ପାକିସ୍ତାନୀ ଅଧିକାରୀଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ସମୟସୀମା ମଧ୍ୟରେ ଭାରତୀୟ ପ୍ରତିନିଧି ଦଳ କୁଳଭୂଷଣଙ୍କ ସହ କଥା ହୋଇପାରିବେ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଭାରତ ସରକାର ଏହି ସର୍ତ୍ତରେ ରାଜି ହୋଇ ନଥିଲେ ଏବଂ ପାକିସ୍ତାନକୁ ନିଃସର୍ତ୍ତ କନସୁଲାର ଆକ୍ସେସ ଯୋଗାଇ ଦେବାକୁ କହିଥିଲେ ।

ସୂଚନାଯୋଗ୍ୟ ଯେ, 2017 ରେ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଅଦାଲତ ଗୁପ୍ତଚର ଏବଂ ଆତଙ୍କବାଦ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ଭାରତ ଏହି ମାମଲାକୁ ନେଦରଲ୍ୟାଣ୍ଡ ସ୍ଥିତ ଅନ୍ତରାଷ୍ଟ୍ରୀୟ ଅଦାଲତକୁ ନେଇଥିଲା । ତେବେ ଅନ୍ତରାଷ୍ଟ୍ରୀୟ କୋର୍ଟ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ଏବଂ ତାଙ୍କୁ କନସୁଲାର ଆକ୍‌ସେସ୍‌ ଯୋଗାଇ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details