ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ନିର୍ମାଣ ହେବ ରାମ ମନ୍ଦିର: ସ୍ବାମୀ ଆତ୍ମାନନ୍ଦ - ଶଙ୍କରାଚାର୍ଯ୍ୟ

ରାମକଥା ପାଇଁ ବିଳାସପୁର ପହଞ୍ଚିଥିଲେ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଟ୍ରଷ୍ଟର ଉପାଧ୍ୟକ୍ଷ ଶଙ୍କରାଚାର୍ଯ୍ୟ ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ । ଏହି ଅବସରରେ ସେ କହିଛନ୍ତି ଯେ, ଚଳିତ ବର୍ଷ ଶେଷସୁଦ୍ଧା ମନ୍ଦିର ନିର୍ମାଣ ନେଇ ଘୋଷଣା କରାଯିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Sep 17, 2019, 9:53 PM IST

ବିଳାସପୁର: ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ନେଇ ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ । ବିଳାସପୁର ଗସ୍ତ କରି ସ୍ବାମୀ ଆତ୍ମନନ୍ଦ ସରସ୍ବତୀ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ ନେଇ ଘୋଷଣା କରାଯିବ । ଏହାସହ ସେ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି କିଛି ଧାର୍ମିକ ଗୋଷ୍ଠୀ ଷଡଯନ୍ତ୍ର କରି ସନାତନ ଧର୍ମ ଓ ହିନ୍ଦୁଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ।

ରାମକଥା ପାଇଁ ବିଳାସପୁର ପହଞ୍ଚିଥିଲେ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ଟ୍ରଷ୍ଟର ଉପାଧ୍ୟକ୍ଷ ଶଙ୍କରାଚାର୍ଯ୍ୟ ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ । ଏହି ଅବସରରେ ସେ କହିଛନ୍ତି ଯେ, ରାମ ମନ୍ଦିରକୁ ନେଇ ଅନ୍ତିମ ନିଷ୍ପତ୍ତି ନେବାର ସମୟ ଆସିଯାଇଛି । ଦେଶର ପ୍ରଧାନମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ସ୍ତରରେ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ପ୍ରମାଣିତ କରିଛି ଯେ ଭାରତ ସାରା ବିଶ୍ବରେ ଏକ ଶକ୍ତିଶାଳୀ ରାଷ୍ଟ୍ର, ବୋଲି ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାରା 370 ଉଚ୍ଛେଦ କରିବା ପାଇଁ ଯେପରି କଶ୍ମୀରେ ସୁରକ୍ଷା ବ୍ୟବସ୍ଥା ବଢ଼ା ଯାଇଥିଲା ଓ ଦେଶର ହିତ ସାଧନ କରାଯାଇଥିଲା, ଠିକ ସେହିପରି ଅଯୋଧ୍ୟାରେ ଆଖପାଖରେ ମଧ୍ୟ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ଓ ସେନା ମୁତୟନ ହୋଇଛନ୍ତି ସେଥିରୁ ଏପରି ପ୍ରତିତ ହେଉଛି ଯେ କିଛି ବଡ ହେବାକୁ ଯାଉଛି । ବର୍ତ୍ତମାନ ତ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସଭାରେ ମଧ୍ୟ ବହୁମତ ରହିଛି । ମୋଦି ସରକାର ନିଜ ନିର୍ବାଚନୀ ଇସ୍ତହାରରେ ଦେଇଥିବା ପ୍ରତିଶୃତି ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ ନେଇ ନିଶ୍ଚୟ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details