ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣ: ହାଇଦ୍ରାବାଦ ପରେ ଗୁଜୁରାଟରୁ ଆସିଲା ରୂପା ଇଟା - ayodhya ram temple

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସମୟରେ ମୂଳଦୂଆରେ ପଥର ବଦଳରେ ଲାଗି ହେବ 50ଟି ରୂପା ଇଟା । ସେନେଇ ଦେଶରେ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ରୂପା ଇଟାକୁ ଅଯୋଧ୍ୟା ପଠାଉଛନ୍ତି । ଅଧିକ ପଢନ୍ତୁ...

ଅଯୋଧ୍ୟା ମନ୍ଦିର ନିର୍ମାଣା: ହାଇଦ୍ରାବାଦ ପରେ ଏବେ ଗୁଜୁରାଟରୁ ଆସିଲା ରୂପା ଇଟା
ଅଯୋଧ୍ୟା ମନ୍ଦିର ନିର୍ମାଣା: ହାଇଦ୍ରାବାଦ ପରେ ଏବେ ଗୁଜୁରାଟରୁ ଆସିଲା ରୂପା ଇଟା

By

Published : Aug 2, 2020, 6:06 PM IST

ଲକ୍ଷ୍ନୌ: ରାମ ମନ୍ଦିର ନିର୍ମାଣ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧା ସହ ସଭିଏଁ ଦାନ କରୁଛନ୍ତି। ଭୂମି ପୂଜନ ପୂର୍ବରୁ ଅଯୋଧ୍ୟାରେ ରୂପା ଇଟାର ବର୍ଷା ଆରମ୍ଭ ହୋଇଯାଇଛି । ହାଇଦ୍ରାବାଦ ପରେ ଏବେ ସୁରଟରୁ ଅଯୋଧ୍ୟାକୁ ରୂପା ଇଟା ପଠାଯାଉଛି । ପ୍ରଥମେ ହାଇଦ୍ରାବାଦର ଏକ ପରିବାର 5ଟି ରୂପା ଇଟା ପଠାଇଥିଲେ। ଏହା ପରେ ସୁରଟରୁ ଜୈନ ସାଧୁଙ୍କ ଦ୍ୱାରା 11 କେଜି ଇଟା ଦିଆଯାଇଛି ।

ଅଯୋଧ୍ୟାରେ ତିନି ଦିନିଆ ବୈଦିକ ଅନୁଷ୍ଠାନ ଭବ୍ୟ ପୂଜା ଅନୁଷ୍ଠିତ ହେବ। ଏହି ମନ୍ଦିରର ମୂଳଦୂଆରେ ପଥର ଭାବରେ 40 କେଜି ରୂପା ଇଟା ଉପରେ ସ୍ଥାପନ ହେବ । ଏହି ରୀତିନୀତି ଅଗଷ୍ଟ 3 ରେ 'ଗୈରୀ ଗଣେଶ' ପୂଜା ସହିତ ଆରମ୍ଭ ହେବ ଏବଂ 4 ଅଗଷ୍ଟରେ 'ରାମରଚା' ପାଳନ କରାଯିବ । ଯାହାକୁ ବିନା ବାଧାରେ 'ରାମ ନାମ' ପାଠ କରାଯିବ। ସମଗ୍ର ସମାରୋହ ସିଧା ପ୍ରସାରଣ ହେବ ଯାହା ଦ୍ବାରା ସମ

ଦେଶବାସୀ ଏହାକୁ ନିଜ ଘରୁ ଦେଖି ପାରିବେ।

ଏଥି ସହିତ, ପ୍ରାୟ 50 ଜଣଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦିଆଯିବ । ମହାମାରୀ ଯୋଗୁଁ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶ୍ରୀରାମ ଜନ୍ମଭୂମୀ ତିର୍ଥକ୍ଷେତ୍ରର ସୂତ୍ରରୁ ପ୍ରକାଶ ଯେ, ଅଯୋଧ୍ୟାରେ ବହୁ ପରିମାଣରେ ସିସିଟିଭି ସ୍କ୍ରିନ ସ୍ଥାପନ କରାଯିବ ଯାହା ଦ୍ବାରା ଦେଶବାସୀ ଏହି କାର୍ଯ୍ୟକ୍ରମ ଦେଖିପାରିବେ।

ଅଯୋଧ୍ୟାରେ, ଅଗଷ୍ଟ 5ରେ, ରାମ ମନ୍ଦିରର ଭୁମି ପୂଜନ ପାଇଁ ଅତିଥି ତାଲିକା ପରିବର୍ତ୍ତନ କରାଯାଇଛି। ଏହି ଅବସରରେ କେବଳ 170 ଜଣଙ୍କୁ ଡକାଯାଉଛି । ବହୁ ବିଜେପି ନେତା ଓ ସାଧୁ ସନ୍ଥଙ୍କ ନାମ ଅତିଥି ତାଲିକାରୁ ହଟାଇ ଦିଆଯାଇଛି। ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ନାଁ ଅତିଥି ତାଲିକାରୁ ହଟାଯାଇଛି । ସୂଚନାନୁସାରେ, ଦୁଇ ନେତା ଆସିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ରାମ ମନ୍ଦିର ଆନ୍ଦୋଳନ ସହିତ ଜଡିତ ନେତା ଉମା ଭାରତୀ ଏବଂ କଲ୍ୟାଣ ସିଂଙ୍କ ନାମ ଅତିଥି ତାଲିକାରେ ରହିଛି।

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ସଂଗଠନର 10 ଜଣଙ୍କୁ ଏହି ଭୂମି ପୂଜା ପାଇଁ ନିମନ୍ତ୍ରଣ ପଠାଯାଇଛି।

ABOUT THE AUTHOR

...view details