ହାଇଦ୍ରାବାଦ: ଆଜି ଦେଶ ପାଳୁଛି 70ତମ ସମ୍ବିଧାନ ଦିବସ । ବିଧାନସଭାରୁ ସଂସଦ ସବୁଠି ଶୁଭୁଛି ସମ୍ବିଧାନର ସ୍ବର । କିନ୍ତୁ ଏହି ଦିବସରେ ଆସନ୍ତୁ ଜାଣିବା ଦେଶରେ ସଂଶୋଧିତ ହୋଇଥିବା ସମ୍ବିଧାନର ସଂପୂର୍ଣ୍ଣ ବିବରଣୀ ।
ବର୍ତ୍ତମାନ ସୁଦ୍ଧା ପାଖାପାଖି 103ଥର ସଂଶୋଧିତ ହୋଇସାରିଲାଣି ଆମ ଦେଶର ସମ୍ବିଧାନ । ମୁଖ୍ୟତଃ ନିର୍ବାଚନ ସମୟରେ ବିଭିନ୍ନ ଆଇନକୁ ସଂଶୋଧିତ କରିବାର ଆବଶ୍ୟକତା ପଡ଼ିଥାଏ । ଏହା ସହ ପରିବର୍ତ୍ତିତ ସମାଜର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ସମ୍ବିଧାନର ବିଭିନ୍ନ ନିୟମକୁ ପରିବର୍ତ୍ତନ କରିବାକୁ ମଧ୍ୟ ପଡ଼ିଥାଏ ।
ପ୍ରଥମ ସଂଶୋଧନ(1951)
ଦେଶରେ ସମ୍ବିଧାନର ପ୍ରଥମ ସଂଶୋଧନ 1951 ମସିହାରେ ହିଁ ହୋଇଥିଲା । ନ୍ୟାୟିକ ବ୍ୟବସ୍ଥାରେ କିପରି ଜମିର ସୁଧାର କରାଯାଇପାରିବ । ଏହା ସହିତ ଅନେକ ଅଧିନିୟମର ସଂରକ୍ଷଣକୁ ନେଇ ହୋଇଥିଲା ସଂଶୋଧନ । ସେହିପରି ବ୍ୟକ୍ତିର ମୌଳିକ ଅଧିକାର, ବାକ୍ ସ୍ବାଧିନତା ଅଧିକାରକୁ ପରିଭାଷିତ କରାଯାଇ 3 ଦ୍ବାରା ସଂଯୋଗ ମଧ୍ୟ କରାଯାଇଥିଲା ।
ସପ୍ତମ ସଂଶୋଧନ(1956)
ଭାଷାଗତ ବିଭିନ୍ନତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶକୁ 14 ରାଜ୍ୟ ଓ 6ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରାଗଲା । ସେହିପରି ବିଭିନ୍ନ ଭାଷାର ସୁରକ୍ଷା ପାଇଁ ଅଧିନିୟମ 350-A ଦ୍ବାରା ସାମିଲ କରାଯାଇଥିଲା ।
24ତମ ସଂଶୋଧନ(1971)
ସମ୍ବିଧାନର ନିୟମକୁ ଏକ ଉପଧାରାରେ ପରିଣତ କରିବା ପାଇଁ ଲୋକସଭାରେ ବିଲ ପାସ । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଲ ପାସ ହେବା ପରେ ତାହା ଆଇନରେ ପରିଣତ ହେବାକୁ ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦିତ ।
42ତମ ସଂଶୋଧନ (1976)
ସମ୍ବିଧାନରେ ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଏହି ତିନୋଟି ଶଦ୍ଦକୁ ଜୋଡ଼ା ଗଲା । ଏଥିସହିତ ନାଗରିକକୁ ନିଜର ମୌଳିକ କର୍ତ୍ତବ୍ୟ ଜାଣିବା ଦିଗରେ ସୂଚୀବଦ୍ଧ କରାଗଲା ।
44ତମ ସଂଶୋଧନ (1978)
ଜରୁରୀକାଳୀନ ପରିସ୍ଥିତିରେ ସଂଶୋଧନ । ଏହି ସଂଶୋଧନରେ ଏହା କୁହାଯାଇଛି ଯେପର୍ଯ୍ୟନ୍ତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଲିଖିତ ରୂପେ ସୂଚିତ ନ କରିଛି , ସେପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବ ନାହିଁ । ଏହା ସହ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ଶ୍ରେଣୀରୁ ହଟାଇ ଦିଆଗଲା ।