ନୂଆଦିଲ୍ଲୀ: ନଭେମ୍ବର 26 ସ୍ବାଧୀନ ଭାରତର ଇତିହାସରେ ଏକ ନିର୍ଣ୍ଣାୟକ ଦିନ । କାରଣ 70 ବର୍ଷ ପୂର୍ବେ ଏହି ଦିନରେ ପ୍ରସ୍ତୁତ ହୋଇଥିଲା ଭାରତୀୟ ସମ୍ବିଧାନ । ଭାରତର ସମ୍ବିଧାନ ବିଶ୍ବର ସବୁଠାରୁ ବଡ ସମ୍ବିଧାନ ମନେ କରାଯାଏ । ଏହାକୁ ୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିଲେ ମଧ୍ୟ ନଭେମ୍ବର ମାସରେ ଏହାକୁ ଆପଣା ଯାଇଥିଲା । ତେବେ ସମ୍ବିଧାନ ଦିବସର 70 ବର୍ଷ ପୁର୍ତ୍ତି ଅବସରରେ ସମ୍ବିଧାନର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଇଟିଭି ଭାରତ ସହ ଚର୍ଚ୍ଚା କରିଛନ୍ତି ରାଜନୀତି ବିଶେଷଜ୍ଞ ରାହୁଲ ବର୍ମା ।
ଭାରତୀୟ ସମ୍ବିଧାନ ଏକ ଉପସ୍ଥାପନାଯୋଗ୍ୟ ଦସ୍ତାବିଜ । ଯାହା ଜାତି, ଧର୍ମ, କ୍ଷେତ୍ର କିମ୍ବା ଲିଙ୍ଗ ଆଧାରରେ ଭେଦଭାବ କରେ ନାହିଁ । ଏହା ସମସ୍ତଙ୍କୁ ସମାନତା ଅଧିକାର ପ୍ରଦାନ କରିଥାଏ ବୋଲି ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ରାହୁଲ ବର୍ମା ।