ନୂଆଦିଲ୍ଲୀ: ସାବରୀମାଳା ସମେତ ବିଭିନ୍ନ ଧର୍ମସ୍ଥଳୀରେ ମହିଳାଙ୍କ ପ୍ରବେଶକୁ ନେଇ କରାଯାଉଥିବା ବିତର୍କକୁ ଆଧାର କରି ଆଜି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି । ବିତର୍କ ପାଇଁ କେଉଁ ସବୁ ମୁଦ୍ଦା ରହିବା ଉଚିତ୍ ତାକୁ ନେଇ ସୁପ୍ରିମକୋର୍ଟର 9 ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବ । ଧର୍ମସ୍ଥଳୀ ଗୁଡିକରେ ମହିଳାଙ୍କ ସହ ଭେଦଭାବକୁ ନେଇ ଅତୀତରେ ଅନେକ ବିବାଦ ଦେଖିବାକୁ ମିଳିଛି । ତେବେ ବିବାଦର ଉଚିତ୍ ମୁଦ୍ଦା କ'ଣ ହେବା ଉଚିତ୍ 9 ଜଣିଆ ଖଣ୍ଡପୀଠ ବିଚାର କରିବେ ।
ଧର୍ମସ୍ଥଳୀରେ ମହିଳାଙ୍କ ପ୍ରବେଶ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି - ଧର୍ମସ୍ଥଳୀରେ ମହିଳାଙ୍କ ପ୍ରବେଶ ବିବାଦ
ସାବରୀମାଳା ସମେତ ବିଭିନ୍ନ ଧର୍ମସ୍ଥଳୀରେ ମହିଳାଙ୍କ ପ୍ରବେଶକୁ ନେଇ କରାଯାଉଥିବା ବିତର୍କକୁ ଆଧାର କରି ଆଜି(ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...
ମସଜିଦରେ ମହିଳାଙ୍କ ପ୍ରବେଶ, ଦାଉଦୀ ବୋହରା ମୁସଲିମ ସମ୍ପ୍ରଦାୟର ମହିଳାଙ୍କ ସମସ୍ୟା, ପାର୍ସୀ ମହିଳାଙ୍କ ଅଣପାର୍ସୀ ପୁରୁଷଙ୍କ ବିବାହ ପରେ ‘ଅଜ୍ଞାରୀ’ ଭଳି ପବିତ୍ର ଅଗ୍ନିସ୍ଥଳକୁ ବାରଣ ଆଦି ମାମଲାକୁ ନେଇ ବିଚାର ହେବ । ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଏସ ଏ ବୋବଡେ ସମେତ ବିଚାରପତି ଆର୍ ଭାନୁମତି, ଅଶୋକ ଭୂଷଣ, ଏଲ ନାଗେସ୍ବର ରାଓ, ଏମଏମ ଶାନ୍ତନାଗୌଦର, ଏସଏ ନଜୀର, ଆର ସୁଭାଷ ରେଡ୍ଡି, ବିଆର ଗବୟୀ, ସୂର୍ଯ୍ୟ କାନ୍ତ ସାମିଲ ଅଛନ୍ତି ।
ବରିଷ୍ଠ ଓକିଲ ଭି ଗିରିଙ୍କ ମନ୍ତବ୍ୟ ପରେ ସୁପ୍ରିମକୋର୍ଟ ଏହି ମାମଲା ଗୁଡିକର ଶୁଣାଣି ପାଇଁ ରାଜି ହୋଇଥିଲା । ଗିରି କହିଥିଲେ, ସାବରୀମାଳା ବ୍ୟତୀତ କିଛି ଓକିଲମାନେ ମହିଳାଙ୍କ ମନ୍ଦିର ପ୍ରବେଶ ନେଇ କିଛି ମାମଲାକୁ ଆଇନଗତ ଭାବେ ପ୍ରସ୍ତୁତ କରିଛନ୍ତି ଓ କୋର୍ଟ ଏହାକୁ ବିଚାର କରିବା ଆବଶ୍ୟକ । ଏହାପରେ ଖଣ୍ଡପୀଠ ଏଥିପାଇଁ ଦିନ ଧାର୍ଯ୍ୟ କରିଥିଲେ ।