ଓଡିଶା

odisha

ETV Bharat / bharat

ବେଆଇନ ଅଫିମ ଚାଲାଣ: ବନ୍ଧା ହେଲେ ପୋଲିସ କର୍ମଚାରୀ - ପୋଲିସ ବାବୁ କଳାକାରନାମା

ଚୋରା ଚାଲାଣ କାରବାରରେ ପୋଲିସ ବାବୁଙ୍କ ସମ୍ପୃକ୍ତି ଘଟଣା ସମ୍ନାକୁ ଆସିଛି । ଏକ କ୍ବିଣ୍ଟାଲ 90 କିଲୋଗ୍ରାମ ବେଆଇନ ଅଫିମ ଚାଲାଣ ବେଳେ ଗିରଫ ହେଲେ କନେଷ୍ଟବଳ ସୁଭାଷ । ଅଧିକ ପଢନ୍ତୁ:

ଖାକିରେ ଦାଗ,ବେଆଇନ ଅଫିମ ଚାଲାଣରେ ଗିରଫ ପୋଲିସ ବାବୁ
ଖାକିରେ ଦାଗ,ବେଆଇନ ଅଫିମ ଚାଲାଣରେ ଗିରଫ ପୋଲିସ ବାବୁ

By

Published : Oct 18, 2020, 5:42 PM IST

ଜୟପୁର: ଖାକିରେ ଦାଗ । ବନ୍ଧା ହେଲେ ପୋଲିସ ବାବୁ । ଚୋରାଚାଲାଣ ସମୟରେ ଅଫିମ ଜବତ ହେବା ସହିତ ଜଣେ ପୋଲିସ କର୍ମଚାରୀ ଗିରଫ ହୋଇଛନ୍ତି । ଏପରି ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଅଞ୍ଚଳରେ ।

ଖାକିରେ ଦାଗ,ବେଆଇନ ଅଫିମ ଚାଲାଣରେ ଗିରଫ ପୋଲିସ ବାବୁ

ପୋଲିସ ଖାକିକୁ ଅସମ୍ମାନ କରି ପୋଲିସ ବାବୁଙ୍କ ଚୋରାରେ ଅଫିମ କାରବାର ଘଟଣା ପଦାକୁ ଆସିଛି । ରବିବାର ମଧ୍ୟପ୍ରଦେଶର ନେମଚଠାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଦଳ ବେଆଇନ ଭାବରେ 1କ୍ବିଣ୍ଟାଲ 90 କେଜି ବେଆଇନ ଭାବେ ଚାଲାଣ ଅଫିମକୁ ଜବତ କରିଛି ।

ଆଶ୍ଚର୍ଯ୍ୟ କଥା ହେଲା ଏ ଚୋରା ଚାଲାଣରେ ଜଣେ ପୋଲିସ ବାବୁ ଲିପ୍ତ ଅଛନ୍ତି । ପୋଲିସ ବାବୁ ଜଣକ ହେଲେ ଯୋଧପୁର ଗ୍ରାମାଞ୍ଚଳ ଥାନାର କନେଷ୍ଟବଳ ସୁଭାଷ । ଶନିବାର ସୁଭାଷ ନିଜ ଗାଡିରେ ବେଆଇନ ଭାବରେ ଅଫିମ ଚାଲାଣ କରି ନେଉଥିବାର ସୂଚନା ପୋଲିସକୁ ମିଳିଥିଲା ।

ଖବର ପାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଭାଷଙ୍କୁ ବିପୁଳ ପରିମାଣର ଅଫିମ ସହ ଗିରଫ କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦଳ କନଷ୍ଟେବଳଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ଅଧିକ ସୂଚନା ସଂଗ୍ରହ କରି କନଷ୍ଟେବଳଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଧପୁର ଗ୍ରାମୀଣ ଏସପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details