ଓଡିଶା

odisha

ETV Bharat / bharat

ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ! - ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ଏଭଳି ଏକ ବେନାମୀ ପତ୍ର ପାଇବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିଥିଲେ । ତେବେ ତଦନ୍ତ ପରେ ଯାହା ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ଥିଲା ।

ପ୍ରତିକାତ୍ମକ ଫଟୋ

By

Published : Oct 10, 2019, 2:38 PM IST

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ଏହି ଧମକ ଏକ ବେନାମୀ ଚିଠିରେ ଦିଆଯାଇଛି । ଏହି ଖବର ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହି ଚିଠିକୁ ନେଇ ଏବେ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ମାତ୍ର ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇ ନଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ରାଞ୍ଚିର ଜଣେ ମହିଳା ରାୟପୁର ସ୍ଥିତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଏକ ଚିଠି ଲେଖିଥିଲେ । ଉକ୍ତ ଚିଠିରେ ମହିଳା ଜଣକ ଲେଖିଥିଲେ କି, ମୋର ଶାଶୁ ଘର ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । ଏଥିପାଇଁ 3 ବର୍ଷ ତଳୁ ସେମାନେ ଷଡ଼ଯନ୍ତ୍ର ରଚିଛନ୍ତି । ଶାଶୁଘର ପରିବାରର କିଛି ସଦସ୍ୟ ସାଉଦି ଆରବରେ ରହି ସେଠାରୁ କିଛି ଅର୍ଥ ମଧ୍ୟ ଯୋଗାଉଥିବା ଉକ୍ତ ଚିଠିରେ ଲେଖାଥିଲା । ଏହି ଚିଠି ପାଇବା ପରେ ଆଇବି ଏବଂ ଏନଆଇଏର ସଦସ୍ୟ ରାଞ୍ଚିରେ ପହଞ୍ଚିଥିଲେ ।

ଉକ୍ତ ମହିଳାଙ୍କୁ ଜେରା କରିବା ସମୟରେ ଘଟଣାର ପୃଷ୍ଠଭୁମି କିନ୍ତୁ କିଛି ଭିନ୍ନ ଥିଲା । ମହିଳାଙ୍କୁ ଉକ୍ତ ତଦନ୍ତକାରୀ ଦଳ ଗୁଡ଼ିକ ଜେରା କରିବା ସମୟରେ ଯୌତୁକ ନିର୍ଯାତନା ଦିଆଯାଉଥିବା କଥା କହିଥିଲେ । ସେ କହିଥିଲେ କି ଶାଶୁଘର ଲୋକେ ବାରମ୍ବାର ଯୌତୁକ ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ହତ୍ୟା ଧମକ ଦେଇଥିବା ସେ କହିଥିଲେ । ପରେ ତଦନ୍ତକାରୀ ଦଳ ସେଠାରୁ ଫେରି ଯାଇଥିଲେ । ମାତ୍ର ତଦନ୍ତକାରୀ ଦଳ ଗୁଡ଼ିକ ଅଭିଯୋଗ ଉପରେ ଧ୍ୟାନ ରଖିଥିବା ସ୍ଥାନୀୟ ପୋଲିସ କର୍ମଚାରୀ କହିଛନ୍ତି ।

ସୂଚନା ଯୋଗ୍ୟ 2013 ଅକ୍ଟୋବରରେ ରାଞ୍ଚିରେ ଅନୁଷ୍ଠିତ ଏକ ସଭାରେ ନରେନ୍ଦ୍ର ମୋଦିଙ୍କ ଉପରକୁ ଜଣେ ଯୁବକ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରୁ ଉକ୍ତ ଯୁବକଙ୍କ ସହିତ 5 ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଯୁବକ ଜଣକ ଇଣ୍ଡିଆନ ମୁଜାହିଦ୍ଦିନର ସଦସ୍ୟ ଇମତିଆଜ ଅଁସାରୀ ବୋଲି ଜଣାପଡ଼ିଥିଲା । ସେହି ସମୟରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details