ଲକ୍ଷ୍ନୌ: କଂଗ୍ରେସ ଘୋଷଣା କରିଥିବା ଏନୱାଇଏୱାଇ ଯୋଜନା ଦାରିଦ୍ର୍ୟ ଦୂରୀକରଣର ସର୍ବକାଳୀନ ସମାଧାନ ନୁହେଁ ବୋଲି ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ।
କଂଗ୍ରେସ ଘୋଷିତ ଯୋଜନା ଦାରିଦ୍ର୍ୟ ଦୂରୀକରଣର ସମାଧାନ ନୁହେଁ: ମାୟାବତୀ
କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଥିବା ଏନ୍ୱାଇଏୱାଇ ଯୋଜନାକୁ ଅସ୍ଥାୟୀ ଯୋଜନା କହିଲେ ମାୟାବତୀ ।
ଏନ୍ୱାଇଏୱାଇ ଯୋଜନା କଂଗ୍ରେସର ଏକ ନିର୍ବାଚନୀ ପ୍ରତିଶୃତି ଯେଉଁଥିରେ 5କୋଟି ପରିବାରକୁ ବାର୍ଷିକ 72ହଜାର ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା ରହିଛି । କଂଗ୍ରେସ ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବିଶେଷକରି ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ମାସିକ 6 ହଜାର ଟଙ୍କା ଦିଆଯିବାକୁ କହିଛି ଯାହା ସବୁ ସମୟରେ ଦାରିଦ୍ର୍ୟ ଦୂରକରିବାରେ ସହାୟକ ହେବନାହିଁ ବୋଲି ମାଉରେ ଅନୁଷ୍ଠିତ ଏକ ନିର୍ବାଚନ ସଭାରେ ମାୟାବତୀ କହିଛନ୍ତି ।
ଏହି ଯୋଜନା ଅପେକ୍ଷା ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବିଏସପି ସ୍ଥାୟୀ ଚାକିରି ଯୋଗାଇ ଦେବ ଯାହା ଏକ ସର୍ବକାଳୀନ ସମାଧାନ ହେବ ବୋଲି ବିଏସପି ସୁପ୍ରିମୋ ପ୍ରକାଶ କରିଛନ୍ତି ।