ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭ ହୋଇଥିବା ହିଂସା ଉଗ୍ରରୂପ ଧାରଣ କରିଛି । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଏବେ ସୁଦ୍ଧା 18 ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ତେବେ ଏନେଇ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ବୈଠକ ଜାରି ରହିଛି । ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଅଛନ୍ତି । ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୈଠକରେ ଯୋଗ ଦେଇନଥିବା ଜଣାପଡିଛି ।
ଦିଲ୍ଲୀ ହିଂସାକୁ ନେଇ ସିଡବ୍ଲୁସି ବୈଠକ - delhi violence
ଦିଲ୍ଲୀରେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭ ହୋଇଥିବା ହିଂସା ଉଗ୍ରରୂପ ଧାରଣ କରିଛି ।ଏନେଇ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ବୈଠକ ଜାରି ରହିଛି । ଅଧିକ ପଢନ୍ତୁ...
ସିଡବ୍ଲୁସି ବୈଠକ
ଏହା ବ୍ୟତୀତ ବୈଠକରେ ପି ଚିଦାମ୍ବରମ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ବୈଠକରେ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ବୈଠକରେ କଂଗ୍ରେସ ଅଧ୍ୟକ୍ଷଙ୍କର ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।
@ANI