ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା, କୃଷି ସଙ୍କଟ, ବେକାରୀ ଆଦି ସମସ୍ୟାକୁ ନେଇ ରାଲିକୁ ଓହ୍ଲାଇବ କଂଗ୍ରେସ। ନଭେମ୍ବର 30ରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଚାଓ’ ଆନ୍ଦୋଳନ କରିବ କଂଗ୍ରେସ । ଏହି ରାଲିକୁ ନେଇ ଶନିବାର କଂଗ୍ରେସ ପକ୍ଷରୁ ଏକ ବୈଠକ କରାଯାଇଥିଲା । ବୈଠକରେ ଦଳର ସଚିବ, ପ୍ରଦେଶ ଉପାଧ୍ୟକ୍ଷ ଓ ରାଜସ୍ଥାନ, ଛତିଶଗଡ, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।
ମୋଦି ସରକାର ବିରୋଧରେ କଂଗ୍ରେସର ‘ଭାରତ ବଚାଓ’ ରାଲି - Modi government
କଂଗ୍ରେସ ସଙ୍ଗଠନର ମହାସଚିବ କେସି ବେଣୁଗୋପାଳ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାରଙ୍କ ନୀତି କାରଣରୁ ସମ୍ପୂର୍ଣ୍ଣ ଦେଶ ବରବାଦ ହୋଇଛି। ସଂସଦରେ ଏହି ପ୍ରସଙ୍ଗ ଉଠାଇବା ସହ ନଭେମ୍ବର 30ରେ ଭାରତ ବଚାଓ ରାଲି ଦଳ ପକ୍ଷରୁ ଆୟୋଜିତ ହେବେ।
ଫାଇଲଫଟୋ
ବୈଠକ ପରେ କଂଗ୍ରେସ ସଚିବ କେସି ବେଣୁଗୋପାଳ ଏହାର ଘୋଷଣା କରିଥିଲେ। 25 ନଭେମ୍ବର ସୁଦ୍ଧା ଜିଲ୍ଲା ଓ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ ଏହା ପରେ 30 ନଭେମ୍ବରରେ ବଡ ଆକାରରେ ଆନ୍ଦୋଳନ କରାଯିବ। ବେଣୁଗୋପାଳ କହିଥିଲେ କି, ସରକାରଙ୍କ ନୀତିକୁ ନେଇ ସାରା ଦେଶ ସମସ୍ୟାରେ । ଦଳର ମିଡିଆ ପ୍ରଭାରୀ ରଣଦୀପ ସୁର୍ଜେବାଲା, ବିଜେପି ଭାରତକୁ ବରବାଦ କରିଦେଇଛି ବୋଲି କହିଥିଲେ।
ଏହି ରାଲିରେ ଦିଲ୍ଲୀ ଓ ଆଖପାଖ ରାଜ୍ୟରୁ ବିରୋଧି ଦଳ ଯୋଗ ଦେବେ ବୋଲି ଆଶା । ଏହି ରାଲିକୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ସମ୍ବୋଧିତ କରିବେ ।