ନୂଆଦିଲ୍ଲୀ: ସଂସଦରେ ଉଠିପାରେ ହାଇଦ୍ରାବାଦର ପଶୁ ଡାକ୍ତରଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ବୀଭତ୍ସ ହତ୍ୟାକାଣ୍ଡ ଘଟଣା । ସୋମବାର ଏହି ପ୍ରସଙ୍ଗ ଲୋକସଭାରେ ଉଠାଇବାକୁ କଂଗ୍ରେସ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏହାକୁ ନେଇ କଂଗ୍ରେସ ସଂସଦ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟ କରିବ ।
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ସଂସଦ ବାହାରେ ଗର୍ଜିବ କଂଗ୍ରେସ - parliament session
ହାଇଦ୍ରାବାଦର ପଶୁ ଡାକ୍ତରଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ବୀଭତ୍ସ ହତ୍ୟାକାଣ୍ଡ ଘଟଣାକୁ ନେଇ କଂଗ୍ରେସ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିବ ।
ଫାଇଲ ଫଟୋ
ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ ହିଁ କଂଗ୍ରେସ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଏବଂ ଅନ୍ୟ ସ୍ଥାନରେ ମୋର୍ଚ୍ଚା ବାହାର କରିଥିଲେ । ତେବେ ସୋମବାର କଂଗ୍ରେସ ଏହି ଘଟଣା ଏବଂ ମହିଳା ସୁରକ୍ଷାକୁ ନେଇ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିବ। ଦଳ ଏହି ମାମଲାକୁ ସଂସଦ ଭିତରେ ବି ଉଠାଇବ ବୋଲି ସୂଚନା ମିଳୁଛି ।
ସେପଟେ ବିଜେପି ସାଂସଦ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ମାମଲାର ରିପୋର୍ଟ ହସ୍ତାନ୍ତର କରିବେ ବୋଲି ଜାଣିବାକୁ ମିଳୁଛି । ତେବେ ଏହି ଗଣଦୁଷ୍କର୍ମକୁ ନେଇପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।