ନୂଆଦିଲ୍ଲୀ: ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ । କଂଗ୍ରେସ ନେତା ଅହମ୍ମଦ ପଟେଲ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ଆଇସିଏମଆର 245 ଟଙ୍କା ପ୍ରତି ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ 600 ଟଙ୍କା ମୂଲ୍ୟରେ କଣ ପାଇଁ କିଣୁଛନ୍ତି ।
ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ ନେଇ କେନ୍ଦ୍ରକୁ ଘେରିଲା କଂଗ୍ରେସ - କଂଗ୍ରେସ
କଂଗ୍ରେସ ନେତା ଅହମ୍ମଦ ପଟେଲ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ଆଇସିଏମଆର 245 ଟଙ୍କା ପ୍ରତି ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ 600 ଟଙ୍କା ମୂଲ୍ୟରେ କଣ ପାଇଁ କିଣୁଛନ୍ତି ।
![ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ ନେଇ କେନ୍ଦ୍ରକୁ ଘେରିଲା କଂଗ୍ରେସ congress target govt](https://etvbharatimages.akamaized.net/etvbharat/prod-images/768-512-6958070-thumbnail-3x2-anty-body-testing-kit.jpeg)
ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ ନେଇ କେନ୍ଦ୍ରକୁ ଘେରିଲା କଂଗ୍ରେସ
ନିକଟରେ ଦିଲ୍ଲୀ ହାଇକୋର୍ଟ ଏକ ପିଟିସନରେ ପ୍ରଶ୍ନ କରିଥିଲେ ଯେ, ଆଇସିଏମଆର 245 ଟଙ୍କା ପ୍ରତି ଆଣ୍ଟିବଡି ଟେଷ୍ଟିଙ୍ଗ କିଟକୁ 600 ଟଙ୍କା ମୂଲ୍ୟରେ କଣ ପାଇଁ କିଣୁଛନ୍ତି । ଆଶା କରୁଛି କେନ୍ଦ୍ର ସରକାର ଏହି ପ୍ରଶ୍ନ ଉପରେ ସ୍ପଷ୍ଟିକରଣ ଦେବେ ବୋଲି ଅହମ୍ମଦ ପଟେଲ କହିଛନ୍ତି । ଏଥିସହ ପଟେଲ କହିଛନ୍ତି, କୋରୋନା ମହାମାରୀ ମଧ୍ୟରେ କାହାକୁ ଗରିବଙ୍କ ମୂଲ୍ୟର ଉପରେ ଲାଭ ଦେବା ଉଚିତ୍ ନୁହେଁ ।
ପ୍ରକାଶ ଥାଉକି, ସମଗ୍ର ଦେଶରେ ମେଡିକାଲ ସଙ୍କଟକୁ ଦୃଷ୍ଟିରେ ଦେଶରେ ଜନସାଧାରଣଙ୍କ କୋରୋନା ପରୀକ୍ଷା କମ ମୂଲ୍ୟରେ କରିବାକୁ ଗତ ରବିବାର ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।