ନୂଆଦିଲ୍ଲୀ: କର୍ପୋରେଟ ସୋସିଆଲ ରେସପୋନସିବିଲିଟି (ସିଏସଆର) ଖର୍ଚ୍ଚ ଭାବରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଅନୁମତି ନଦେବାରୁ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ କୋଭିଡ ହ୍ୟାସଟ୍ୟାଗ ସହ ଲଢିବା ପାଇଁ ସିଏସଆର ଖର୍ଚ୍ଚରୁ ରାଜ୍ୟ ରିଲିଫ ପାଣ୍ଠି ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅବଦାନ ଅନୁମତି ନ ଦେବା ମୋଦି ସରକାରଙ୍କ ଭୁଲ ନିଷ୍ପତ୍ତି ।
ସେ କହିଛନ୍ତି ଯେ ଭାରତରେ କୋଭିଡ -19କୁ ପୃଥକ ଭାବରେ ନୁହେଁ ବରଂ ଏକଜୁଟ ଭାବେ ସଂଗ୍ରାମ କରିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ମଧ୍ୟରେ ଲଢେଇ କରିବାର କୌଣସି ଆବଶ୍ୟକତା ନାହିଁ। ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ କର୍ପୋରେଟରମାନଙ୍କୁ ସେମାନଙ୍କ ସିଏସଆର ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ଦାନ କରିବାକୁ ନେଇ ସେହି ସମାନ ସୁବିଧା ଦିଆଯାଉ ଯେଉଁ ସୁବିଧା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଦାନ କଲେ ମିଳେ ।