ଓଡିଶା

odisha

ETV Bharat / bharat

ଚୀନର ନାଁ ନେବାକୁ ଭୟ କରୁଛନ୍ତି ମୋଦି: କଂଗ୍ରେସ - ମୋଦିଙ୍କୁ କଂଗ୍ରେସର ଟାର୍ଗେଟ

ଦେଶକୁ ସମ୍ବୋଧନ ପରେ ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ । ପ୍ରଧାନମନ୍ତ୍ରୀ ଚୀନର ନାଁ ନେବାକୁ ଡରୁଥିବା କଂଗ୍ରେସର ଦାବି । ଅଧିକ ପଢନ୍ତୁ...

ଚୀନର ନାଁ ନେବାକୁ ଡରୁଛନ୍ତି ମୋଦି: କଂଗ୍ରେସ
ଚୀନର ନାଁ ନେବାକୁ ଡରୁଛନ୍ତି ମୋଦି: କଂଗ୍ରେସ

By

Published : Jun 30, 2020, 8:22 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ବୋଧନରେ ଲକଡାଉନ କୋହଳ ପରର ସ୍ଥିତି ଠୁ ନେଇ ଆତ୍ମନିର୍ଭର ଭାରତ ଗଠନ ପାଇଁ କିପରି ଦିନ ରାତି ଏକ କରି କାମ କରିବାକୁ ପଡିବ, ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ନିକଟରେ ଘଟିଥିବା ଭାରତ ଓ ଚୀନ ସଂଘର୍ଷ ଉପରେ ମୋଦି ଏହି ସମ୍ବୋଧନରେ ନିଜ ପ୍ରତିକ୍ରିୟା ରଖିବେ ବୋଲି ଅନୁମାନ କରାଯାଉଥିଲା । ହେଲେ ସେପରି କିଛି ପ୍ରତିକ୍ରିୟା ରଖିନାହାନ୍ତି ପ୍ରଧାନମନ୍ତ୍ରୀ ।

ଚୀନର ନାଁ ନେବାକୁ ଡରୁଛନ୍ତି ମୋଦି: କଂଗ୍ରେସ

ଦେଶକୁ ସମ୍ବୋଧନରେ ଚୀନରର କଥା ନଉଠାଇବାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଚୀନରା ନାଁ ନେବାକୁ ମୋଦି ଭୟ କରୁଥିବା କଂଗ୍ରେସ ପକ୍ଷରୁ ଟ୍ବିଟ କରି କୁହାଯାଇଛି । କଂଗ୍ରେସର ଟ୍ବିଟର ହ୍ୟାଣ୍ଡେଲର ପୋଷ୍ଟରେ ଲେଖାଯାଇଛି ଯେ ଚୀନ ଭାରତର ସୀମାରେ 423 ମିଟର ଯାଏଁ ପଶିଆସିଛି । ଏହାକୁ କଣ ପ୍ରଧାନମନ୍ତ୍ରୀ ପ୍ରତ୍ୟାକ୍ଷାନ କରିପାରିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଅନ୍ୟପକ୍ଷେ ମୋଦିଙ୍କ ଘୋଷଣା ଉପରେ ମଧ୍ୟ ମତ ରଖିଛି କଂଗ୍ରେସ । ଗରିବଙ୍କୁ ମାଗଣା ରାସନ ଯୋଗାଇ ଦେବାର ସମୟ ଅବଧି ବୃଦ୍ଧି ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା, ଯାହାକୁ ମୋଦି ପୁରଣ କରିଛନ୍ତି । ଏନେଇ ଦଳ ପକ୍ଷରୁ ଖୁସି ଜାହିର କରାଯାଇଛି ।

ABOUT THE AUTHOR

...view details