ନୂଆଦିଲ୍ଲୀ: ପିଏମ କେୟାର୍ସ ପାଣ୍ଠିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛି କଂଗ୍ରେସ । ବିଜେପି ସର୍ବଦା କଂଗ୍ରେସର 70 ବର୍ଷର ହିସାବ ଦାବି କରୁଛି । କିନ୍ତୁ ଯେତେବେଳେ ପିଏମ କେୟାର୍ସ ପାଣ୍ଠିର ଖର୍ଚ୍ଚର ବିବରଣୀ ମଗାଯାଉଛି ସେତେବେଳେ ବିଜେପି ଆରଟିଆଇ ନାମରେ ସୂଚନା ଦେବାକୁ ମନା କରିଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ପିଏମ କେୟାର୍ସ ପାଣ୍ଠିର ଖର୍ଚ୍ଚକୁ ନେଇ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ - ପିଏମ କେୟାର୍ସ ପାଣ୍ଠି
ବିଜେପି ସର୍ବଦା କଂଗ୍ରେସର 70 ବର୍ଷର ହିସାବ ଦାବି କରୁଛି । କିନ୍ତୁ ଯେତେବେଳେ ପିଏମ କେୟାର୍ସ ପାଣ୍ଠିର ଖର୍ଚ୍ଚର ବିବରଣୀ ମଗାଯାଉଛି ସେତେବେଳେ ବିଜେପି ଆରଟିଆଇ ନାମରେ ସୂଚନା ଦେବାକୁ ମନା କରିଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ ବିଜେପିକୁ ଟାର୍ଗେଟ କରି କହିଛନ୍ତି, 'ସତ କଥା ହେଉଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆରଟିଆଇ ନାମରେ ବିବରଣୀ ସେୟାର କରିବାକୁ ମନା କରିଦେଲା । ଏଭଳି କୌଣସି ପାଣ୍ଠି ନାହିଁ ଯାହାକୁ ଗୁପ୍ତ ରଖାଯିବ । ଭାରତ ଏବେ ଅନଲକ ମୋଡରେ ଅଛି । ବିଜେପି ସରକାରକୁ ମଧ୍ୟ ପିଏମ କେୟାର୍ସ ପାଣ୍ଠିର ଖର୍ଚ୍ଚର ବିବରଣୀ ଅନଲକ କରିବା ଉଚିତ । '
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନ ଅଧୀନରେ ପିଏମ କେୟାର୍ସ ପାଣ୍ଠି ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କହିଥିଲା । ସୂଚନା ଅଧିକାର ଆଇନ, ୨୦୦୫ର ଧାରା ୨(ଏଚ) ଅନୁଯାୟୀ ଏହି ପାଣ୍ଠି ଏକ ସରକାରୀ ପ୍ରାଧିକରଣ ନୁହେଁ ତେଣୁ ସେ ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ ଆଇନତଃ ସିଦ୍ଧ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ।