ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସା: ଚାର୍ଜସିଟରେ ଥିବା ସାମାଜିକ କର୍ମୀଙ୍କ ସମର୍ଥନରେ କଂଗ୍ରେସ

ଦିଲ୍ଲୀ ଦଙ୍ଗା ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ନାଗରିକ ସମାଜ ସଦସ୍ୟ, ଏକାଡେମିକ୍ ଏବଂ ସାମାଜିକ କର୍ମୀଙ୍କ ନାମ ଅନ୍ତର୍ଭୁକ୍ତ ହେବା ନେଇ କଂଗ୍ରେସ ପ୍ରଶ୍ନ କରିଛି। ଶନିବାର କଂଗ୍ରେସ କହିଛି ଯେ ଟାର୍ଗେଟରେ ଥିବା ସାମାଜିକ କର୍ମୀମାନେ କ୍ଷମତାରେ ବସିଥିବା ଠକଙ୍କ ଅପେକ୍ଷା ବଡ ଦେଶଭକ୍ତ ଅଟନ୍ତି ।

ସାମାଜିକ କର୍ମୀଙ୍କ ସମର୍ଥନରେ କଂଗ୍ରେସ
ସାମାଜିକ କର୍ମୀଙ୍କ ସମର୍ଥନରେ କଂଗ୍ରେସ

By

Published : Sep 13, 2020, 12:46 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ନାଗରିକ ସମାଜ ସଦସ୍ୟ, ଏକାଡେମିକ୍ ଏବଂ ସାମାଜିକ କର୍ମୀଙ୍କ ନାମ ଅନ୍ତର୍ଭୁକ୍ତ ହେବା ନେଇ କଂଗ୍ରେସ ପ୍ରଶ୍ନ କରିଛି। ଶନିବାର କଂଗ୍ରେସ କହିଛି ଯେ ଟାର୍ଗେଟରେ ଥିବା ସାମାଜିକ କର୍ମୀମାନେ କ୍ଷମତାରେ ବସିଥିବା ଠକଙ୍କ ଅପେକ୍ଷା ବଡ ଦେଶଭକ୍ତ ଅଟନ୍ତି । ଫେବୃଆରୀରେ ହୋଇଥିବା ଦଙ୍ଗାରେ ଦିଲ୍ଲୀ ପୋଲିସ ସିପିଆଇ (ଏମ୍) ସାଧାରଣ ସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ୍ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତି ଘୋଷ ଏବଂ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦଙ୍କ ନାମ ରଖିଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇଛି କଂଗ୍ରେସ ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଏହା ବର୍ବରତାଠାରୁ ଅଧିକ ଖରାପ ଅଟେ। ମୁଁ ସାମାଜିକ କର୍ମୀଙ୍କ ସପକ୍ଷରେ ରହିଛି । କ୍ଷମତାରେ ଥିବା ଦେଶଦ୍ରୋହୀଙ୍କ ଅପେକ୍ଷା ସାମାଜିକ କର୍ମୀ ଅଧିକ ଦେଶଭକ୍ତ ଅଟନ୍ତି। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ମଧ୍ୟ ନାଗରିକ ସମାଜର ସଦସ୍ୟମାନଙ୍କୁ ସମର୍ଥନ ଜଣାଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ‘ଯଦି ସତ୍ୟ କହିବା ଏକ ଅପରାଧ, ଯଦି ଘୃଣାର ପରିସରକୁ ସାମ୍ନାକୁ ଆଣିବା ଅପରାଧ, ଯଦି ଦଙ୍ଗାକାରୀଙ୍କ ବିରୁଦ୍ଧରେ ଠିଆ ହେବା ଅପରାଧ, ତେବେ ଆମ ପ୍ରତ୍ୟେକଙ୍କୁ ଜେଲ୍ ଯିବା ଉଚିତ୍’ । ପ୍ରକାଶଥାଉକି, ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ତିନିଜଣ ଛାତ୍ରଙ୍କ ବୟାନ ପରେ ପୋଲିସ ଏହି ସାମାଜିକ କର୍ମୀଙ୍କ ନାମ ଚାର୍ଜସିଟରେ ଅନ୍ତର୍ଭୁକ୍ତ କରିଛି।

ABOUT THE AUTHOR

...view details