ଓଡିଶା

odisha

ETV Bharat / bharat

ସମ୍ବିତ ପାତ୍ରଙ୍କୁ ମାନହାନୀ ନୋଟିସ ପଠାଇଲା କଂଗ୍ରେସ - ଭାରତୀୟ ଯୁବ କଂଗ୍ରେସ

ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ମଙ୍ଗଳବାର ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି।

defamation notice to Sambit Patra
ସମ୍ବିତ ପାତ୍ରାଙ୍କୁ ମାନହାନୀ ନୋଟିସ

By

Published : Apr 22, 2020, 9:39 AM IST

ନୂଆଦିଲ୍ଲୀ: ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ମଙ୍ଗଳବାର ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି।

ସମ୍ବିତ ପାତ୍ରଙ୍କ ସମେତ ବିଜେପିର ଆଇଟି ସେଲ ନ୍ୟାସନାଲ ହେଡ ଅମିତ ମାଲଭିଆ ଏବଂ ରିପବ୍ଲିକ ଟିଭି ସମ୍ପାଦକଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି। ମଙ୍ଗଳବାର ସକାଳ 10ଟା 45ମିନିଟରେ ସମ୍ବିତ ଟ୍ବିଟ କରି ଶ୍ରୀନିବାସ ବିଭିଙ୍କ କାରରେ ବେଆଇନ ମଦ ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଥିଲେ । ଏହାପରେ ସମାନ ଟ୍ବିଟ ଅମିତ ମାଲଭିଆ ମଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କୌଣସି ଯାଞ୍ଚ ନକରି ରିପବ୍ଲିକ୍ ଟିଭିରେ ଦେଖାଇଥିଲେ।

ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଶ୍ରାବଣ ରାଓ ଏବଂ ମନୀଷଙ୍କୁ ରବିବାର ରାତି ଦିଲ୍ଲୀ-ଗୁରୁଗାଓଁ ସୀମା ନିକଟରେ ବେଆଇନ ମଦ କାରବାରରେ ଗିରଫ କରାଯାଇଥିଲା। ଗିରଫ ପରେ ବିଜେପି ଦାବି କରିଛି ଯେ, ସେମାନେ କଂଗ୍ରେସ ଦଳର ଯୁବ ୱିଙ୍ଗ୍ ସହ ଜଡିତ।

ଏହି କାର ଶ୍ରୀନିବାସ ବିଭିଙ୍କର ନୁହେଁ ବୋଲି ସ୍ପଷ୍ଟ କରି ଯୁବ କଂଗ୍ରେସ ଏକ ବିବୃତ୍ତିରେ କହିଛି ଯେ, ଏହି ଭୟ, ମିଥ୍ୟା ଏବଂ ପ୍ରତାରଣାର କାର୍ଯ୍ୟ ବିଜେପିର ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଉଛି। ଶ୍ରୀନିବାସ ବିଭି ଭାରତୀୟ ଦଣ୍ଡ ସଂହିତା, 1860 ର ଧାରା 499 ଅନୁଯାୟୀ ସମ୍ବିତ ପାତ୍ର, ଅମିତ ମାଲଭିଆ ଏବଂ ରିପବ୍ଲିକ୍ ଟିଭିକୁ ଆଇନଗତ ନୋଟିସ୍ ପ୍ରଦାନ କରିଛନ୍ତି ଏବଂ ଉପରୋକ୍ତ ବ୍ୟକ୍ତିମାନଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ କହିଛନ୍ତି । ଏହା ବିଫଳ ହୋଇ ସେମାନଙ୍କ ଉପରେ ମାନହାନୀ ମକଦ୍ଦମା ରୁଜୁ ହେବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି ।

ABOUT THE AUTHOR

...view details