ଓଡିଶା

odisha

ETV Bharat / bharat

ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ 3 ପୂର୍ବତନ ମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍

କଂଗ୍ରେସର ତିନିଜଣ ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଆଇନମନ୍ତ୍ରୀ ଏହି ପ୍ରସଙ୍ଗରେ କଲରାଜ ମିଶ୍ରଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ରାଜ୍ୟପାଳଙ୍କୁ ବିଧାନସଭା ଅଧିବେଶନ ଡାକିବା ପାଇଁ ପରାମର୍ଶ ଦିଆଯାଇଛି ।

ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଚିଠି
ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଚିଠି

By

Published : Jul 27, 2020, 3:04 PM IST

ଜୟପୁର : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟପାଳଙ୍କୁ ଆବେଦନ କରିଥିବାବେଳେ ରାଜ୍ୟପାଳ କଲରାଜ ମିଶ୍ର ଏଥିପାଇଁ ମନା କରିଦେଇଛନ୍ତି । ତେବେ ବର୍ତ୍ତମାନ କଂଗ୍ରେସର ତିନିଜଣ ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଆଇନମନ୍ତ୍ରୀ ଏହି ପ୍ରସଙ୍ଗରେ କଲରାଜ ମିଶ୍ରଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ରାଜ୍ୟପାଳଙ୍କୁ ବିଧାନସଭା ଅଧିବେଶନ ଡାକିବା ପାଇଁ ପରାମର୍ଶ ଦିଆଯାଇଛି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ, ସଲମାନ ଖୁରସିଦ ଏବଂ ଅଶ୍ୱିନୀ କୁମାର ରାଜ୍ୟପାଳଙ୍କୁ ଏହି ବାବଦରେ ଚିଠି ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ କ୍ୟାବିନେଟ ଦ୍ବାରା ପାରିତ ପ୍ରସ୍ତାବ ରାଜ୍ୟପାଳ ଗ୍ରହଣ କରିବା ଉଚିତ । ଏହା ଏକ ସାମ୍ବିଧାନିକ ନିୟମ। ଏହା ବ୍ୟତୀତ ସମ୍ବିଧାନର ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭା ଅଧିବେଶନ ଡାକିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ ।

ଯଦି ନିୟମ ପାଳନ ନହୁଏ ତେବେ ଏଭଳି ପରିସ୍ଥିତିରେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇପାରେ ବୋଲି ଚିଠିରେ ତିନି ନେତାଙ୍କ ପକ୍ଷରୁ କୁହାଯାଇଛି । ତେବେ ଯଥାଶୀଘ୍ର ରାଜ୍ୟପାଳ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ସେମାନେ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନର କଂଗ୍ରେସ ସରକାର ରାଜ୍ୟପାଳଙ୍କୁ ଦୁଇଥର ଚିଠି ଲେଖି ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଛନ୍ତି।

ABOUT THE AUTHOR

...view details