ଓଡିଶା

odisha

ETV Bharat / bharat

କଂଗ୍ରେସ ଶାସିତ ରାଜ୍ୟରେ ପାରିତ ହେବ CAA ବିରୋଧୀ ପ୍ରସ୍ତାବ ! - CAA ବିରୋଧରେ ସଙ୍କଳ୍ପ ପତ୍ର

କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ବିଧାନସଭାରେ ଦଳ ସିଏଏ ଏବଂ ଏନଆରସି ପ୍ରତ୍ୟାହାର ଦାବିରେ ସଙ୍କଳ୍ପପତ୍ର ଗୃହୀତ କରିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

resolution against CAA and NRC
କଂଗ୍ରେସ

By

Published : Jan 11, 2020, 11:38 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନଆରସି (ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା) ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ଜୋରଦାର ବିରୋଧ କରୁଛି । ତେବେ ଇତି ମଧ୍ୟରେ ସିଏଏ ଏବଂ ଏନଆରସିକୁ ନେଇ ବଡ ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ବିଧାନସଭାରେ ଦଳ ସିଏଏ ଏବଂ ଏନଆରସି ପ୍ରତ୍ୟାହାର ଦାବିରେ ସଙ୍କଳ୍ପପତ୍ର ଗୃହୀତ କରିବ ବୋଲି ସୂଚନା ମିଳିଛି ।

ସିଏଏ ପ୍ରତ୍ୟାହାର ଦାବିରେ କେରଳ ବିଧାନସଭାରେ ପୂର୍ବରୁ ହିଁ ପ୍ରସ୍ତାବ ପାରିତ ହୋଇଛି । ‌ଦେଶରେ ପ୍ରଥମ ରାଜ୍ୟ ଭାବେ କେରଳ ସିଏଏ ପ୍ରତ୍ୟାହାର ଦାବିରେ ସଂକଳ୍ପପତ୍ର ଗୃହୀତ କରିଛି ।

ABOUT THE AUTHOR

...view details