ଓଡିଶା

odisha

By

Published : Sep 15, 2020, 11:08 AM IST

ETV Bharat / bharat

ମୌସୁମୀ ଅଧିବେଶନରେ କଂଗ୍ରେସର ପ୍ରଶ୍ନ, 6 ବିମାନବନ୍ଦର ଉନ୍ନତି ପାଇଁ ଆଦାନୀ ଗ୍ରୁପ୍‌ କେମିତି ପାଇଲା ଅନୁମତି ?

ରାଜ୍ୟସଭା ମୌସୁମୀ ଅଧିବେଶନରେ କଂଗ୍ରେସର ପ୍ରଶ୍ନ । କିପରି 6ଟି ବିମାନବନ୍ଦରର ଉନ୍ନତି ପାଇଁ ଆଦାନୀ ଗ୍ରୁପ୍‌ ପାଇଲା ଅନୁମତି । ଅଧିକ ପଢନ୍ତୁ...

ମୌସୁମୀ ଅଧିବେଶନ
ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ପ୍ରଥମକୁ ବସିଛି ରାଜ୍ୟସଭା ଅଧିବେଶନ । ତେବେ ଶୂନ୍ୟକାଳରେ ସାଂସଦମାନେ ନିଜ ନିଜର ପ୍ରଶ୍ନ ରଖିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବିମାନ (ସଂଶୋଧନ) ବିଧେୟକ 2020 ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି ।

ମୌସୁମୀ ଅଧିବେଶନ

ଏହା ଉପରେ ଆଲୋଚନା ହୋଇଛି । ତେବେ ଏହି ଆଲୋଚନାରେ ଭାଗ ନେଇ କଂଗ୍ରେସ ସାଂସଦ କେସି ବେଣୁଗୋପାଳ କେରଳ ବିମାନଦୁର୍ଘଟଣା ପ୍ରସଙ୍ଗ ଉଠାଇବା ସହ ସେଠାରେ କିପରି 18 ଜଣଙ୍କ ଜୀବନ ଯାଇଥିଲା ତାହା ଦର୍ଶାଇଛନ୍ତି । ଏହାସହ ବିମାନ ବନ୍ଦରଟି ଟେବୁଲ ଟପ୍‌ ହୋଇଥିବାରୁ ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ବଡ ବିମାନକୁ ଅବତରଣ କରିବାକୁ ଅନୁମତି ନଦେବାକୁ DGCA ପରାମର୍ଶ ଦେଇଥିଲା । ତେବେ କିପରି ପୁଣି ସରକାର ଏଠାରେ ବଡ ବିମାନ ଉଡାଇବାକୁ ଅନୁମତି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ବିମାନ ବନ୍ଦରର ଉନ୍ନତିକରଣ ନାଁରେ ସରକାର କିପରି ବେସରକାରୀ ସଂସ୍ଥାକୁ ଏହା କରିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଆଦାନୀ ଗ୍ରୁପ୍‌ କିପରି 6ଟି ବିମାନବନ୍ଦରର ଉନ୍ନତିକରଣ ଓ ଚଳାଇବାକୁ ଅନୁମତି ପାଇଲା ବୋଲି ସେ ପଚାରିଛନ୍ତି । ଯାହା ନିୟମର ଉଲଂଘନ କରୁଥିବା ସେ ଦର୍ଶାଇଛନ୍ତି ।

ଏହାସହ ସରକାର ନିଜ ମନ୍ତ୍ରଣାଳୟର କଥା ଶୁଣିନଥିବା ଦର୍ଶାଇଛନ୍ତି ସେ । ନିୟମରେ କୋହଳ କରି ଆଦାନୀ ଗ୍ରୁପ୍‌କୁ 6ଟା ବିଡ୍‌ ହାତେଇବାରେ ସହାୟକ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ABOUT THE AUTHOR

...view details