ଓଡିଶା

odisha

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

By

Published : Sep 11, 2020, 5:32 PM IST

ମଧ୍ୟପ୍ରଦେଶ ଉପନିର୍ବାଚନ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ରାଜ୍ୟରେ 27ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଭୋପାଳ: ମଧ୍ୟପ୍ରଦେଶ ଉପନିର୍ବାଚନ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଏଥିରେ 15 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଉପନିର୍ବାଚନ ପାଇଁ କଂଗ୍ରେସର ଏହା ପ୍ରଥମ ପ୍ରାର୍ଥୀ ତାଲିକା ।

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

15ଟି ଆସନ ମଧ୍ୟରୁ 11ଟି ସଂରକ୍ଷିତ ରହିଛି । ରାଜ୍ୟରେ 27ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ନିୟମାନୁଯାୟୀ ବିଧାନସଭାର ଖାଲି ଆସନରେ 6 ମାସ ମଧ୍ୟରେ ଉପନିର୍ବାଚନ କରାଇବାକୁ ପଡିଥାଏ । ଏପରିସ୍ଥିତିରେ ସେପ୍ଟେମ୍ବର 10ରେ ଏହି 6 ମାସର ଅବଧି ଶେଷ ହୋଇଯିବ ।

କେଉଁ ଆସନରେ କାହାକୁ ଟିକେଟ?

ଦିମାନୀ ଆସନରୁ ରବିନ୍ଦ୍ର ତୋମରଙ୍କୁ ଟିକଟ ମିଳିଥିବା ବେଳେ , ଅମ୍ବାହରୁ ସତ୍ୟପ୍ରକାଶ ଶେକରଓ୍ବର, ଗୋହଦରୁ ମେଓ୍ବାରାମ ଜାଟବ, ଗ୍ବାଲିୟରରୁ ସୁନୀଲ ଶର୍ମା, ଦବାରାରୁ ସୁରେଶ ରାଜେ, ଭନ୍ଦରରୁ ଫୁଲ ସିଂହ ବରୈୟା, କରେରାରୁ ପ୍ରଗିଲାଲ ଜାଟବ, ବମୋସୀରୁ କହ୍ଲୈୟାଲାଲ ଅଗ୍ରଓ୍ବାଲ, ଅଶୋକନଗରରୁ ଆଶା ଦୋହରେ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଅନୁପପୁର ସିଂରୁ ବିଶ୍ବନାଥ ସିଂ କୁଞ୍ଜାମ, ସଞ୍ଚି ଆସନରୁ ମଦନଲାଲ ଚୌଧୁରୀ ଅହିବର, ଅଗର ଆସନରୁ ଭିପିନ ୱାନକେଡେ, ହାଟପିପାଲିଆ ଆସନରୁ ରାଜଭୀର ସିଂ ବାଘେଲ, ନେପାନଗର ଆସନରୁ ରାମ କିଶନ ପଟେଲ ଏବଂ ସାନୱାର ଆସନରୁ ପ୍ରେମଚାନ୍ଦ ଗୁଦୁଙ୍କୁ ଟିକଟ ଦେଇଛି କଂଗ୍ରେସ ।

ABOUT THE AUTHOR

...view details