ଓଡିଶା

odisha

ETV Bharat / bharat

କଂଗ୍ରେସ ଜାରି କଲା ସପ୍ତମ ପ୍ରାର୍ଥୀ ତାଲିକା: ଜାଣନ୍ତୁ କିଏ କେଉଠୁଁ ଲଢୁଛନ୍ତି - Loksobha

ଏହି ତାଲିକାରେ ଜମ୍ମୁ କଶ୍ମୀରର ୩, ଛତିଶଗଡର ୪, ଓଡିଶାର ୨, ତାମିଲନାଡୁର ୮, ତ୍ରିପୁରାର ୨, ମହାରାଷ୍ଟ୍ରର ୫, ତେଲେଙ୍ଗାନାର ଏକ, ୟୁପିର ୯ ଓ ପଣ୍ଡିଚେରୀର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଓଡିଶାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ବାଲାଙ୍ଗୀର ଲୋକସଭା ଆସନରୁ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକା ଟିକେଟ ମିଳିଛି ।

ଫାଇଲ ଫଟୋ

By

Published : Mar 23, 2019, 5:49 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଘୋଷଣା ହୋଇଯାଇଛି ତାରିଖ । ଏହାସହ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ୨୦୧୯ର ରଣକ୍ଷେତ୍ର ପାଇଁ ପ୍ରସ୍ତୁତି । ଏଥିପାଇଁ ରାଜନୈତିକ ଦଳଗୁଡିକ ଘୋଷଣା କରୁଛି ନିଜ ନିଜ ଦଳର ପ୍ରାର୍ଥୀ । କିଏ କେଉଁ ଆସନରୁ ନିର୍ବାଚନ ଲଢିବେ ତାହାକୁ ନେଇ ଦଳଗୁଡିକ ମଧ୍ୟରେ ଚାଲିଛି ମାନସ ମନ୍ଥନ । ଏହି କ୍ରମରେ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ତାର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୩୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି ।

ଫଟୋ ସୌଜନ୍ୟ: @Congress

ଏହି ତାଲିକାରେ ଜମ୍ମୁ କଶ୍ମୀରର ୩, ଛତିଶଗଡର ୪, ଓଡିଶାର ୨, ତାମିଲନାଡୁର ୮, ତ୍ରିପୁରାର ୨, ମହାରାଷ୍ଟ୍ରର ୫, ତେଲେଙ୍ଗାନାର ଏକ, ୟୁପିର ୯ ଓ ପଣ୍ଡିଚେରୀର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଓଡିଶାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ ଟିକେଟ ମିଳିଛି ।

ଫଟୋ ସୌଜନ୍ୟ: @Congress


ଏହି ତାଲିକା ଅନୁସାରେ ୟୁପିର ମୁରାଦବାଦ ଲୋକସଭା ଆସନ ପରିବର୍ତ୍ତେ ଫତେହପୁର ସିକ୍ରୀ ଆସନରୁ ନିର୍ବାଚନ ଲଢିବେ ରାଜ ବବ୍ବର । ମୁରାଦାବାଦ ଆସନରୁ ନିର୍ବାଚନ ଲଢିବେ ଇମ୍ରାନ ପ୍ରତାପଗଢୀ । ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରେଣୁକା ଚୌଧୁରୀ ତେଲେଙ୍ଗାନାର ଖାମାମରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କର୍ଣ୍ଣ ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ଜମ୍ମୁ କଶ୍ମୀରର ଉଦ୍ଧମପୁରରୁ ନିର୍ବାଚନ ଲଢିବେ । ସେହିପରି ବିଜନୌର ଲୋକସଭା ଆସନରୁ କଂଗ୍ରେସ ଇନ୍ଦିରା ଭାଟିଙ୍କ ପରିବର୍ତ୍ତେ ନସିମୁଦ୍ଦିନ ସିଦ୍ଦୀକିଙ୍କୁ ଟିକେଟ ଦେଇଛି ।

ABOUT THE AUTHOR

...view details