ଓଡିଶା

odisha

ETV Bharat / bharat

'ଝାଡଖଣ୍ଡରେ କଂଗ୍ରେସ ଜିତିଲେ ଗଡିବ ମେଟ୍ରୋ' - କଂଗ୍ରେସର ଇସ୍ତାହାର ପତ୍ର

ଝାଡଖଣ୍ଡରେ ଆସନ୍ତା 30ରୁ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୋଟ 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ସିଟ ପାଇଁ ଏଠାରେ ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବ ।

ଫଟୋ ସୌଜନ୍ୟ- ଏଏନଆଇ

By

Published : Nov 25, 2019, 4:13 AM IST

ରାଞ୍ଚି: ଝାଡଖଣ୍ଡରେ ଆସନ୍ତା 30ରୁ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହାକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୋଟ 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ସିଟ ପାଇଁ ଏଠାରେ ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବ ।ତେବେ ଏହାକୁ ନେଇ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ପତ୍ର ଜାରି କରିଛି ।

ଯଦି କଂଗ୍ରେସ ସରକାର ଗଢେ ତେବେ ଘରେ ଘରେ ଚାକିରୀ, ମବ ଲିଞ୍ଚିଂ ଉପରେ ଆଇନ, ମେଟ୍ରୋ ଗଡିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2500 ଓ ଚାଷୀଙ୍କ କରଜ ମାଫ କରାଯିବା ନେଇ ଇସ୍ତାହାରରେ ଦର୍ଶାଯାଇଛି ।

ତେବେ ରାଜ୍ୟ ପ୍ରବକ୍ତାଙ୍କ କହିବାନୁଯାୟୀ, ଯଦି ରାଜ୍ୟରେ ଗଠବନ୍ଧନ ସରକାର ହୁଏ ତେବେ ମବ ଲିଞ୍ଚିଂ ଉପରେ କଡା ଆଇନ ଅଣାଯିବ । ମେଟ୍ରୋ ସହ 10 ହଜାରରୁ କମ ରୋଜଗାର କରୁଥିବା ଘରର କନ୍ୟାଙ୍କୁ ମାଗମା ସାଇକେଲ, ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ କମାଇବା, ଗ୍ରାମାଞ୍ଚଳ ମାନଙ୍କରେ ଇଣ୍ଟରନେଟ ସୁବିଧାକୁ ନଜରକୁ ଅଣାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ସିଟ ପାଇଁ କଂଗ୍ରେସ, ଜେଏମଏମ, ଆରଜେଡି ମେଣ୍ଟ କରି ମଇଦାନକୁ ଓହ୍ଲାଇବେ ।

ABOUT THE AUTHOR

...view details