ଓଡିଶା

odisha

ETV Bharat / bharat

କଂଗ୍ରେସର ଆଉ ଏକ ତାଲିକା, ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କୁ ଟକ୍କର ଦେବେ ଶିଲା ଦୀକ୍ଷିତ

ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଉତ୍ତର-ପୂର୍ବ ଆସନରୁ ମୈଦାନକୁ ଓହ୍ଲାଇଛନ୍ତି । ଏହାସହ ଚଳିତ ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ଓ ପୁରୁଣା ଚେହେରା ଉପରେ ଭରସା କରିଛି ।

By

Published : Apr 22, 2019, 9:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଜେପି ପରେ କଂଗ୍ରେସ ମଧ୍ୟ ଦିଲ୍ଲୀର ଲୋକସଭା ଆସନ ପାଇଁ ଜାରି କରିଛି ନିଜ ପ୍ରାର୍ଥୀଙ୍କ ତାଲିକା । ଆମ ଆଦମୀ ପାର୍ଟି(ଆପ) ସହ ମେଣ୍ଟ ଉପରେ ବିରାମ ଲାଗିବା ପରେ ଆଜି(ସୋମବାର) କଂଗ୍ରେସ ଘୋଷଣା କରିଛି ୬ ଜଣ ପ୍ରାର୍ଥୀଙ୍କ ନାଁ । ଏହାସହ ଦଳ ୟୁପିର ୩ଟି ଆସନ ପାଇଁ ମଧ୍ୟ ଜାରି କରିଛି ପ୍ରାର୍ଥୀଙ୍କ ତାଲିକା ।


ଦିଲ୍ଲୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଉତ୍ତର-ପୂର୍ବ ଆସନରୁ ମୈଦାନକୁ ଓହ୍ଲାଇଛନ୍ତି । ଏହାସହ କଂଗ୍ରେସର ବରିଷ୍ଠ ନେତା ଓ ପୁରୁଣା ଚେହେରା ଉପରେ ଭରସା କରିଛି ।

ଚାନ୍ଦିନୀ ଚୌକ ଲୋକସଭା ଆସନରୁ ପୂର୍ବତନ ସାଂସଦ ଜେପି ଅଗ୍ରୱାଲଙ୍କୁ, ପୂର୍ବ ଦିଲ୍ଲୀରୁ ଅରବିନ୍ଦ ସିଂ ଲବଲୀ, ନୂଆଦିଲ୍ଲୀରୁ ଅଜୟ ମାକନ, ଉତ୍ତର-ପଶ୍ଚିମ ଦିଲ୍ଲୀରୁ ରାଜେଶ ଲିଲୌଥିୟା ଓ ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରାଙ୍କୁ ଦଳ ଟିକେଟ ଦେଇଛି । ଏହି ସମସ୍ତ ପ୍ରାର୍ଥୀଙ୍କୁ ରାଜନୈତିକ ଅନୁଭବ ରହିଛି । ଏହାସହ ଏମାନଙ୍କ ରାଜନୈତିକ କର୍ମ ହେଉଛି ଦିଲ୍ଲୀ ।


ସେହିପରି କଂଗ୍ରେସ ଉତ୍ତର ପ୍ରଦେଶର ଆଲାହାବାଦରୁ ଯୋଗେଶ ଶୁକ୍ଲା, ଡୋମାରିୟାଗଞ୍ଜରୁ ଡ. ଚନ୍ଦ୍ରରେଶ ଉପାଧ୍ୟାୟ ଓ ସନ୍ଥ କବୀର ନଗରରୁ ଭାଲ ଚନ୍ଦ୍ର ଯାଦବକୁ ଟିକେଟ ଦେଇଛି ।

ABOUT THE AUTHOR

...view details