ନୂଆଦିଲ୍ଲୀ: ଦୁଇଦିନ ଧରି ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡିତା। ଶୁକ୍ରବାର ରାତି ପାଖପାଖି 11ଟା 40ମିନିଟରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଛି। ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଏ ଘଟଣାରେ କାହିଁକି ଚୁପ୍ ଅଛନ୍ତି?
ଉନ୍ନାଓ ଘଟଣାରେ ଚୁପ୍ କାହିଁକି ଅଛନ୍ତି ପ୍ରଧାନମନ୍ତ୍ରୀ: ରାଗିଣୀ ନାୟକ - why the pm narendra modi is silent on unnao case
ଦୁଇଦିନ ଧରି ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡିତା। ଏହି ଘଟଣାକୁ ନେଇ କଂଗ୍ରେସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଛି। ଏ ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।
![ଉନ୍ନାଓ ଘଟଣାରେ ଚୁପ୍ କାହିଁକି ଅଛନ୍ତି ପ୍ରଧାନମନ୍ତ୍ରୀ: ରାଗିଣୀ ନାୟକ unnao rape](https://etvbharatimages.akamaized.net/etvbharat/prod-images/768-512-5295684-thumbnail-3x2-collagejpeg---copy.jpg)
ଫାଇଲ ଫଟୋ
କଂଗ୍ରେସ ମୁଖ୍ୟପାତ୍ର ରାଗିଣୀ ନାୟକ କହିଛନ୍ତି, ବିଜେପି ଶାସନ କରୁଥିବା ରାଜ୍ୟରେ ମହିଳାଙ୍କ ବିରୋଧରେ ଅଧିକ ଅପରାଧିକ ମାମଲା ସାମ୍ନାକୁ ଆସୁଛି। 2014ରେ ମୋଦି ସରକାର ମହିଳାଙ୍କ ସୁରକ୍ଷା ଦାୟିତ୍ବ ନେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ମହିଳାଙ୍କୁ ମଧ୍ୟ ଲାଗିଥିଲା ଏବେ ସେମାନଙ୍କୁ ସୁରକ୍ଷା ମିଳିବ। ହେଲେ ଦେଶରେ ବର୍ତ୍ତମାନ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି।