ଓଡିଶା

odisha

ETV Bharat / bharat

ଭାରତ-ଚୀନ ବିବାଦ ନେଇ ମୋଦିଙ୍କୁ ବର୍ଷିଲା କଂଗ୍ରେସ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତ-ଚୀନ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଧିକ ପଢନ୍ତୁ...

 ରଣଦୀପ ସୁରଜେୱାଲ
ରଣଦୀପ ସୁରଜେୱାଲ

By

Published : Jun 14, 2020, 3:32 PM IST

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହା ସହିତ କଂଗ୍ରେସ ଚୀନ ଉପରେ ବଳପୂର୍ବକ ଭାରତର ଜମି ଅଧିଗ୍ରହଣ କରିଥିବା ଅଭିଯୋଗ କରିଛି ।

ସୂଚନା ମୁତାବକ, ଶନିବାର ଭାରତୀୟ ସ୍ଥଳ ସେନାର ମୁଖ୍ୟ ଏମ.ଏମ ନରୱଣେ ଭାରତ-ଚୀନ ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଥିଲେ । ତେବେ ଏହାର ପ୍ରତିକ୍ରିୟା ଦେଇ ରବିବାର କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲ କହିଛନ୍ତି, 'ଚୀନ ବଳପୂର୍ବକ ଭାରତୀୟ ଜମି ଅଧିଗ୍ରହଣ କରୁଛି । କିନ୍ତୁ ମୋଦି ସରକାର ନିରବ ରହିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦି କହିପାରିବେ କି ପଂଗେଙ୍ଗ ଶିଖରରୁ ଚୀନର ଅଧିଗ୍ରହଣ କେବେ ଏବଂ କିପରି ମୁକୁଲାଇବେ ? '

ସୂଚନାଯୋଗ୍ୟ ଯେ, ଚୀନ ସହ ଭାରତର ସୀମାନ୍ତ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ଥିବା ଶନିବାର ନରୱଣେ କହିଥିଲେ । ଭାରତ ଏବଂ ଚୀନ ମଧ୍ୟରେ ସମସ୍ତ ଆଧିକାରିକ ବୈଠକ ଜାରି ରହିଛି । ଆଲୋଚନା ଜରିଆରେ ଆମେ ଭାରତ-ଚୀନ ମଧ୍ୟରେ ଦେଖାଦେଇଥିବା ମତପାର୍ଥକ୍ୟକୁ ଦୂର କରିବୁ ବୋଲି ଆଶା ପୋଷଣ କରିଥିଲେ ସେ ।

ABOUT THE AUTHOR

...view details