ଓଡିଶା

odisha

ETV Bharat / bharat

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇବେ ସୋନିଆ ଗାନ୍ଧୀ - congress president sonia gandhi

ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ରହିବେ । 7 ଘଣ୍ଟାର ଦୀର୍ଘ ଆଲୋଚନା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବରେ ଦାୟୀତ୍ବ ଜାରି ରଖିବେ ସୋନିଆ ଗାନ୍ଧୀ
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବରେ ଦାୟୀତ୍ବ ଜାରି ରଖିବେ ସୋନିଆ ଗାନ୍ଧୀ

By

Published : Aug 24, 2020, 6:29 PM IST

ନୂଆଦିଲ୍ଲୀ: 7 ଘଣ୍ଟାର ଦୀର୍ଘ ଆଲୋଚନା ପରେ ଶେଷ ହୋଇଛି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ । ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଗାମୀ 6 ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସେହି ସମୟ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଦାୟିତ୍ବ ସମ୍ଭାଳିବେ ବୋଲି ଜଣାପଡିଛି । ଦଳରେ ଡକାଯାଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, କଂଗ୍ରେସରେ ନେତୃତ୍ବ ସଙ୍କଟ ମଧ୍ୟରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ନେତୃତ୍ବକୁ ନେଇ ଏକ ଖୋଲା ଆଲୋଚନା ହୋଇଥିଲା। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଉ ଦଳର ସଭାପତି ଭାବରେ କାର୍ଯ୍ୟ କରିବାକୁ ଚାହୁଁ ନାହାଁନ୍ତି ବୋଲି ବୈଠକରେ କହିଥିଲେ। କିନ୍ତୁ ଏହି ଦାୟିତ୍ବ ଜାରି ରଖିବାକୁ ଅନେକ ନେତା ତାଙ୍କୁ ନିବେଦନ କରିଥିଲେ।

ABOUT THE AUTHOR

...view details