ରାଞ୍ଚି: ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳରୁ ଜଣକ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି । ଏବେ ପୁଣି ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡଃ ଅଜୟ କୁମାର ଓ ପଞ୍ଜାବ କଂଗ୍ରେସ ମୂଖ୍ୟ ସୁନୀଲ ଜାଖର ମଧ୍ୟ ଗୁରୁଦାସପୁରରୁ ହାରିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି ।
କଂଗ୍ରେସର ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଉଛନ୍ତି ବରିଷ୍ଠ - jharkhand
ଝାଡଖଣ୍ଡ ପିସିସି ସଭାପତି ଅଜୟ କୁମାର ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଦେଲେ ଇସ୍ତଫା ।
ସଂସଦରେ ଝାଡଖଣ୍ଡjୁ ଦଳ ମାତ୍ର ଗୋଟିଏ ସିଟ ହାତେଇବାରେ ସକ୍ଷମ ହୋଇଥିଲା । ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ଅଜୟ କୁମାର ଦେଇଛନ୍ତି ଇସ୍ତଫା । ତେବେ ଏବେ ସୁଦ୍ଧା ଦଳ ଇସ୍ତଫା ପତ୍ର ଗ୍ରହଣ କରିନଥିବା ସୂଚନା ମିଳିଛି । ଝାଡଖଣ୍ଡରେ ବିଜେପି 14ଟି ଲୋକସଭା ଆସନରୁ 12ଟି ହାତେଇଥିବା ବେଳେ ଜେଏମଏମ ଗୋଟିଏ ସିଟ ଅକ୍ତିଆର କରିଛି ।
ତେବେ 542 ଲୋକସଭା ସିଟ ମଧ୍ୟରୁ କଂଗ୍ରେସ ସମୁଦାୟ 52ଟି ସିଟ ହାତେଇଛି । ତେବେ ଏବେ ସୁଦ୍ଧା ଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କର୍ଣ୍ଣାଟକର କଂଗ୍ରେସ ପ୍ରତିନିଧି, ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଅଶୋକ ଚାଭନ ଇସ୍ତଫା ଦେଇଛନ୍ତି ।