ଓଡିଶା

odisha

ETV Bharat / bharat

କଂଗ୍ରେସର ଘୋଷଣା ପତ୍ର: ଜାଣନ୍ତୁ, 8ଟି ବଡ ପ୍ରତିଶ୍ରୁତି - କଂଗ୍ରେସ ମୁଖ୍ୟାଳୟ

କଂଗ୍ରେସ ପ୍ରତିଶ୍ରୁତି ପତ୍ରର ନାଁ ରଖାଯାଇଛି "ହମ ନିଭାଏଙ୍ଗେ" ।

ଫଟୋ ସୌଜନ୍ୟ: ଏଏନ୍‌ଆଇ

By

Published : Apr 2, 2019, 11:28 PM IST

Updated : Apr 2, 2019, 11:35 PM IST

ନୂଆଦିଲ୍ଲୀ: ବହୁ ଆଲୋଚନା ପ୍ରର୍ଯ୍ୟାଲୋଚନା ପରେ ମଙ୍ଗଳବାରଘୋଷଣା ହୋଇଛି କଂଗ୍ରେସର ଚଳିତ ଲୋକସଭା ନିର୍ବାଚନୀ ଇସ୍ତାହାର। ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ପ୍ରତିଶ୍ରୁତି ପତ୍ରଉନ୍ମୋଚନ କରିଛନ୍ତି। ଦଳ ତାର ପ୍ରତିଶ୍ରୁତି ପତ୍ରର ନାଁ ରଖାଯାଇଛି "ହମ ନିଭାଏଙ୍ଗେ" ବା ଆମେ ପୂରଣ କରିବୁ। ଇସ୍ତାହାର ପତ୍ରରେ 19ଟି ପ୍ରତିଶ୍ରୁତି ରହିଛି ତେବେ ଆସନ୍ତୁ 8ଟି ବଡ ପ୍ରତିଶ୍ରୁ଼ତି ବିଷୟରେ ଜଣିବା...

ଗରିବ ପରିବାରଙ୍କୁ ବାର୍ଷିକ 72 ହଜାର:

ନିର୍ବାଚନ ଜିତିଲେ ଦେଶର 20 ପ୍ରତିଶତ ଗରିବଙ୍କୁ ବାର୍ଷିକ 72 ହଜାର ଲେଖାଏଁ ଟଙ୍କା ଦେବେ କଂଗ୍ରେସ । ଏହା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମାହେବ। ଏଥିପାଇଁ ନ୍ୟାୟ ଯୋଜନା ନାମରେ ଏକ ସ୍କିମ କରାଯିବ।

ଉନ୍ନତମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା:

ସରକାରୀ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ କରାଯିବ। ଗରିବ ଲୋକଙ୍କୁଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ କଂଗ୍ରେସ ଘୋଷଣା କରିଛି ।

ନିଯୁକ୍ତି:

ଗୋଟିଏ ବର୍ଷ ଅର୍ଥାତ 2020 ମାର୍ଚ୍ଚ 22 ଭିତରେ ଖାଲିପଡିଥିବା ସମସ୍ତ ସରକାରୀ ପଦବୀ ପୂରଣ ହେବ । ଗ୍ରାମ ପଞ୍ଚାୟତ ଗୁଡିକରେ 10 ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ।

ଯୁବବର୍ଗଙ୍କୁବ୍ୟାପାର ସୁଯୋଗ:

ବାଣିଜ୍ୟ ପାଇଁ ଇଚ୍ଛୁକ ଯୁବକ ଯୁବତୀଙ୍କୁ ପ୍ରତ୍ସାହାନ ଦିଆଯିବ। 3 ବର୍ଷ ବ୍ୟବସାୟ ପାଇଁ ସେମାନଙ୍କୁ କୌଣସି ପ୍ରକାରର ଅନୁମତି ଆବଶ୍ୟକ ପଡିବ ନାହିଁ।

ଶିକ୍ଷା ବ୍ୟବସ୍ଥାରେ ସୁଧାର:

ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ଜିଡିପିର 6 ପ୍ରତିଶତ ଖର୍ଚ୍ଚ ହେବ। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଓ ଗବେଷଣାକୁ ଗୁରୁତ୍ବ ଦିଆଯିବ।

ମନେରେଗାର କାର୍ଯ୍ୟ ଦିବସ ବୃଦ୍ଧି:

ମନେରେଗା ଯୋଜନା କାର୍ଯ୍ୟକାଳକୁ 150 ଦିନକୁ ବୃଦ୍ଧି କରାଯିବ। ବର୍ତ୍ତମାନ ଏହି ଯୋଜନାରେ କେବଳ 100 କାର୍ଯ୍ୟ ଦିବସ ରହିଛି।

କୃଷି ପାଇଁ ଅଲଗା ବଜେଟ:

ରେଳବାଇ ପରି କୃଷି ପାଇଁ ମଧ୍ୟ ହେବ ସ୍ୱତନ୍ତ୍ର ବଜେଟ । ଏପରି ହେଲେ ସର୍ବନିମ୍ନ ସହାୟତା ରାଶି ଏବଂ ଅନ୍ୟାନ୍ୟ କୃଷି ସମ୍ପନ୍ଧୀୟ ସୂଚନା ସହଜରେ କୃଷକଙ୍କ ପାଖରେ ପହଞ୍ଚିବ।

କୃଷି ଋଣରେ ଆଶ୍ବସ୍ତି:

କୃଷି ଋଣ ନେଇ ଥିବା ବ୍ୟକ୍ତି ଯଦି ଋଣ ପରିଶୋଧ ନ କରିପାରିଲେ ତାହା ଫୌଜଦାରି ନୁହେଁ ଦେୱାନୀ ଅପରାଧରେ ଗଣାଯିବ।

Last Updated : Apr 2, 2019, 11:35 PM IST

ABOUT THE AUTHOR

...view details