ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଚାଲିଥିଲା ବେଳେ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଭବନରେ କୌଣସି ଦଳୀୟ କର୍ମୀ କିମ୍ବା ନେତାଙ୍କ ଦେଖା ମିଳିନାହିଁ । ଖାଁ ଖାଁ କଂଗ୍ରେସ କାର୍ଯ୍ୟାଳୟ । ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ମଧ୍ୟ ସିଟ ହାସଲ କରିନାହିଁ ।
ଦିଲ୍ଲୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଶୁନଶାନ ରାଜ୍ୟ ପ୍ରଦେଶ କାର୍ଯ୍ୟାଳୟରେ ବି କୌଣସି ନେତାଙ୍କ ଦେଖାଦର୍ଶନ ନାହିଁ । ସେପଟେ ଦଳର ଏଭଳି ପ୍ରଦର୍ଶନରେ ଦୋଷ ସ୍ବୀକାର କରି ଦିଲ୍ଲୀ ପ୍ରଦେଶ କଂଗ୍ରସ ସଭାପତି ନିଜ ପଦରୁ ନୈତିକତା ଦୃଷ୍ଟିରୁ ଇସ୍ତଫାପତ୍ର ପଠାଇଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରରେ ଆପ ପୁଣି ଥରେ କ୍ଷମତାକୁ ଫେରିଥିବାବେଳେ ବିଜେପି ଫଳାଫଳରେ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଓ ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସ ମୁଖ୍ୟ ଶର୍ମିଷ୍ଠା ମୁଖାର୍ଜି କହିଛନ୍ତି ଶୀର୍ଷସ୍ତରୀୟ ନେତାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତି ଠିକ ସମୟରେ କାର୍ଯ୍ୟକାରୀ କରାଯାଇ ନାହିଁ । ତେଣୁ କଂଗ୍ରେସ ଏ ଭଳି ଅବସ୍ଥା ଭୋଗିଛି ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ