ଓଡିଶା

odisha

ETV Bharat / bharat

କଂଗ୍ରେସକୁ ସାଇକଆଟ୍ରିଷ୍ଟର ଆବଶ୍ୟକତା ରହିଛି: ଉମା ଭାରତୀ - congress need a psychiatrist

କଂଗ୍ରେସକୁ ସାଇକଆଟ୍ରିଷ୍ଟର ଆବଶ୍ୟକତା ରହିଛି। ବୀର ସାଭରକରଙ୍କ ବୁକଲେଟକୁ ନେଇ ବୟାନ ରଖିଲେ ଉମା ଭାରତୀ। ଆଗକୁ ପଢନ୍ତୁ...

ଉମା ଭାରତୀ
କଂଗ୍ରେସକୁ ସାଇକଆଟ୍ରିଷ୍ଟର ଆବଶ୍ୟକତା ରହିଛି

By

Published : Jan 3, 2020, 11:15 PM IST

ମୁମ୍ବାଇ:ବିଜେପି ନେତ୍ରୀ ଉମା ଭାରତୀଙ୍କ ବିବାଦୀୟ ବୟାନ । କହିଲେ କଂଗ୍ରେସକୁ ସାଇକଆଟ୍ରିଷ୍ଟର ଆବଶ୍ୟକତା ରହିଛି । ବିନାୟକ ଦାମୋଦର ସଭରକର ବା ବୀର ସାଭରକରଙ୍କର ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସହ ସମଲିଙ୍ଗୀ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରି ପ୍ରସ୍ତୁତ ବୁକଲେଟକୁ ନେଇ ମତ ରଖିଛନ୍ତି ଉମା।

କଂଗ୍ରେସ ନିଜର ଜ୍ଞାନ ବୁଦ୍ଧି ହରାଇ ବସିଛି । ଏହି ବୁକଲେଟରେ ଥିବା ସମସ୍ତ ତଥ୍ୟ ଭିତ୍ତିହୀନ। ଏବେ ମୁଁ ଦେଖିବାକୁ ଚାହୁଁଛି ଉଦ୍ଧବ ଠାକରେ କଣ କରୁଛନ୍ତି? ଏବେ ବି କଣ ସେ କଂଗ୍ରେସ ସହ ରହିବେ?

‘ବୀର ସାଭରକର କିତନେ ବୀର’ ନାମକ ଏହି ବୁକଲେଟଟି କଂଗ୍ରେସ ସେବା ଦଳ ପକ୍ଷରୁ ଆୟୋଜିତ 10 ଦିନିଆ କ୍ୟାମ୍ପରେ ବଣ୍ଟନ କରାଯାଇଛି। ଦଳର ମୁଖ୍ୟ ଲାଲଜୀ ଦେଶାଇଙ୍କ କହିବା ଅନୁସାରେ, ଏହି ବୁକଲେଟର ଲେଖକ ଉପଯୁକ୍ତ ପ୍ରମାଣ ସହ ଲେଖିଛନ୍ତି।

ଏହି ବୁକଲେଟରେ କେବଳ ସାଭରକରଙ୍କ ସମ୍ପର୍କ ବିଷୟରେ ନୁହେଁ ବରଂ ମହିଳାଙ୍କ ସହ ଦୁଷ୍କର୍ମ ପାଇଁ ସେ ଲୋକଙ୍କୁ ଉସକାଉଥିବା ଉଲ୍ଲେଖ ରହିଛି। ଏହାସହ 12 ବର୍ଷ ବୟସରେ ମସଜିଦକୁ ପଥରମାଡ କରୁଥିବା ଲେଖାରହିଛି।

ABOUT THE AUTHOR

...view details