ମୁମ୍ବାଇ: ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ହେବା ପୂର୍ବରୁ ବଡ ଟ୍ଵିଷ୍ଟ । ଏହି ଟ୍ବିଷ୍ଟ ପୁଣି ଥରେ ମହାରାଷ୍ଟ୍ର ମହାନାଟକର ଅନ୍ତିମ ଦୃଶ୍ୟକୁ ରୋଚକ ମୋଡ ଆଡକୁ ଟାଣିନେଇଛି । ଫ୍ଲୋର ଟେଷ୍ଟ ପୂର୍ବରୁ ମୈଦାନ ଛାଡିଛି ବିଜେପି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଏନସିପିର ଅଜିତ ପାୱାର ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଏବେ କଂଗ୍ରେସ-ଏନସିପି-ଶିବସେନା ମିଳିତ ଭାବରେ ରାଜ୍ୟରେ ସରକାର ଗଠନ କରିବା ସ୍ଥିର ନିଶ୍ଚିତ ହୋଇଛି । ମଙ୍ଗଳବାର ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେଲା ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ ଟ୍ବିଟ କରି ସତ୍ୟମେବ ଜୟତେ, ଜୟ ମହାରାଷ୍ଟ୍ର, ଜୟ ହିନ୍ଦ୍ ଲେଖିଛନ୍ତି ।
ଫଡନାଭିସଙ୍କ ଇସ୍ତଫା, କଂଗ୍ରେସ କହିଲା ’ସତ୍ୟମେବ ଜୟତେ’
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପମୁଖ୍ୟମନ୍ତ୍ରୀ ଏନସିପିର ଅଜିତ ପାୱାର ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଏବେ କଂଗ୍ରେସ-ଏନସିପି-ଶିବସେନା ମିଳିତ ଭାବରରେ ରାଜ୍ୟରେ ସରକାର ଗଠନ କରିବା ସ୍ଥିର ନିଶ୍ଚିତ ହୋଇଛି । ମଙ୍ଗଳବାର ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେଲା ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ ଟ୍ବିଟ କରି ସତ୍ୟମେବ ଜୟତେ, ଜୟ ମହାରାଷ୍ଟ୍ର, ଜୟ ହିନ୍ଦ୍ ଲେଖିଛନ୍ତି । ଅଧିକ ପଢନ୍ତୁ...
ଏଥିସହ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ‘ଜନମତ’କୁ ଅପହରଣ କରିଥିବା ଅଳ୍ପମତ ସରକାରଙ୍କ ଖୁଲାସା ହୋଇଥିବା କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇଗଲା ଯେ, ବିଜେପି ଚାଣକ୍ୟନୀତି ଆଢୁଆଳରେ ଗଣତନ୍ତ୍ରର ଅପହରଣ କରିବା ଚେଷ୍ଟା ନିଷ୍ଫଳ ହୋଇଛି । ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ଜନତାଙ୍କୁ କ୍ଷମା ମାଗିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସରକାର ମିଥ୍ୟାର ସାହାରା ଓ ଦଳଅଦଳବଦଳ ନୀତି ଆଧାରରେ ପ୍ରସ୍ତୁତ ହୋଇଥିଲା ଏବେ ତାସ ଘର ପରି ଗୋଟି ଗୋଟି ହୋଇ ଭୁଷୁଡି ଯାଇଛି ।
ଏହାସହ କଂଗ୍ରେସ ମହାସଚିବ କେସି ଭେଣୁଗୋପାଳ ଏହା ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି । ଘୋଡା ବେପାର କରି ବିଜେପିର ସରକାର ଗଠନ ସ୍ବପ୍ନ ଭାଙ୍ଗି ଯାଇଛି ବୋଲି ସେ କହିଛନ୍ତି । ଏହା କେବଳ ଦେବେନ୍ଦ୍ର ଫଡନାଭିସଙ୍କ ବିଫଳତା ନୁହେଁ, ବରଂ ଦିଲ୍ଲୀରେ ବସିଥିବା ମୁଣ୍ଡିଆଳ ମାନଙ୍କ ଗାଲରେ ଶକ୍ତ ଚାପୁଡା ବୋଲି ସେ କହିଛନ୍ତି ।