ଓଡିଶା

odisha

ବିଧାନସଭା ବାଚସ୍ପତି ପଦକୁ ନେଇ ବିବାଦ: କଂଗ୍ରେସ-ବିଜେପି ମୁହାଁମୁହିଁ

By

Published : Nov 30, 2019, 1:27 PM IST

ମୁଖ୍ୟମନ୍ତ୍ରୀ ପଦ ପରେ ଏବେ ରାଜ୍ୟର ବିଧାନସଭାର ବାଚସ୍ପତି ପଦକୁ ନେଇ ନେଇ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ରାଜନୀତି । ମୁଖ୍ୟମନ୍ତ୍ରୀ ଗାଦି ପରେ ଏବେ ରାଜ୍ୟ ବିଧାନସଭାର ବାଚସ୍ପତି ପଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ । କଂଗ୍ରେସରୁ ନାନା ପଟୋଲେ ଏବଂ ବିଜେପିରୁ କିସନ କଥୋରେ ବାଚସ୍ପତି ପଦ ପାଇଁ ଦାବିଦାର ଭାବେ ଉଭା ହୋଇଛନ୍ତି।

Nana Patole
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତା ନାନା ପଟୋଲେ । ଏହି ସମୟରେ ତାଙ୍କ ସହ ଏନସିପି ନେତା ତଥା କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଳ, ପ୍ରଫୁଲ ପଟେଲ ଏବଂ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଧେ ଉପସ୍ଥିତ ଥିଲେ । ସେପଟେ ବିଜେପି ମଧ୍ୟ ବାଚସ୍ପତି ପଦ କୌଣସି ମତେ ହରାଇବାକୁ ଚାହୁଁନାହିଁ । ଏହି ପଦ ପାଇଁ କିସନ କଥୋରେଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ଦଳ ।

ସେପଟେ ମହାରାଷ୍ଟ୍ରର ନୂତନ ସରକାର ସମସ୍ତ ନିୟମ ଉଲଙ୍ଘନ କରୁଥିବା ଅଭିଯୋଗ କରିଛି ବିଜେପି । ଆସ୍ଥା ଭୋଟ ପୂର୍ବରୁ ମହାବିକାଶ ଅଘାଡି ସରକାର ଅସ୍ଥାୟୀ ବାଚସ୍ପତିଙ୍କୁ ବଦଳାଇ ଦେଲେ । କାଳିଦାସ କକାମ୍ବକରଙ୍କୁ ବଦଳାଇ ଦିଲୀପ ନାଲସେ ପାଟିଲଙ୍କୁ ବାଚସ୍ପତି ପଦରେ ନିଯୁକ୍ତି ଦେଲେ । ଯାହା ଆଇନଗତ ଦୃଷ୍ଟିରୁ ଭୁଲ । ନୂଆ ସରକାର ଶପଥ ଗ୍ରହଣ ମଧ୍ୟ ଠିକ ଭାବରେ ହୋଇନଥିଲା ବୋଲି ବିଜେପି ରାଜ୍ୟ ଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଅଭିଯୋଗ କରିଛନ୍ତି । ଏନେଇ ଆମେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବୁ । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ସେ ଜଣାଇ ଦେଇଛନ୍ତି ।

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଗଠିତ ମହାବିକାଶ ଅଘାଡି ସରକାର ଶନିବାର ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏନେଇ ସ୍ବତନ୍ତ୍ର ଅଧିବେଶ ଚାଲିଛି । ଏହାପରେ ରବିବାର ବିଧାନସଭା ଅଧ୍ୟକ୍ଷ ପଦ ପାଇଁ ଭୋଟିଂ ହେବ ।

ABOUT THE AUTHOR

...view details