ଓଡିଶା

odisha

ETV Bharat / bharat

ଲୋକସଭାରେ ମୂଲତବୀ ପ୍ରସ୍ତାବ ଆଣିଲେ କଂଗ୍ରେସ ସାଂସଦ - Lok Sabha

କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ । କର୍ଣ୍ଣାଟକରେ ଦେଖା ଦେଇଥିବା ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ଓ କେ ସୁରେଶ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 9, 2019, 11:24 AM IST

ବେଙ୍ଗାଲୁରୁ: ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକର ଦେଖା ଦେଇଥିବା ରାଜନୈତିକ ସଙ୍କଟ ଏବେ ମଧ୍ୟ ଜାରି ରହିଛି । ରାଜନୈତିକ ଉଷ୍ମତା ବର୍ତ୍ତମାନ ରାଜ୍ୟ ରାଜଧାନୀ ବେଙ୍ଗାଲୁରୁରୁ ଯାଇ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି।

ଗୋଟିଏ ପଟେ ରାଜ୍ୟରେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ ସୁରେଶ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଥିବା ବେଳେ ବୈଠକରେ କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଦଳ ନେତା ସିଦ୍ଧରମେୟା, ପ୍ରିୟଙ୍କ ଖାର୍ଗେ ଓ ଅନ୍ୟ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଛନ୍ତି ।

ABOUT THE AUTHOR

...view details